ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ । ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରଙ୍କ ଜରିଆରେ ଏସଡିପିଓ ଶ୍ରୀମଲଙ୍କ ପ୍ରଥମ ପୋଷ୍ଟିଙ୍ଗ କେସିଙ୍ଗା ଏସଡିପିଓ ଭାବରେ ନିଯୁକ୍ତି ହୋଇଥିଲେ । ସେଠାରୁ ବଦଳି ହୋଇ ସେ ବାଲିଗୁଡା ଏସଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡା ଉପଖଣ୍ଡରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା, ସମେତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ନିଜ ସାକ୍ଷାତ ଆଲୋଚନାରେ ସୂଚନା ଦେଇଛନ୍ତି । ବାଲିଗୁଡାରେ ଏସଡିପିଓ ଭାବରେ ଯୋଗଦାନ କରିବା ପରେ ଆଜି ସେ କୋଟଗଡ ଥାନା ପରିଦର୍ଶନ କରି ଫେରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.