ମଧୁବାବୁ ପେନସନ୍ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର କୋକସରା ବ୍ଳକର ବିଭିନ୍ନ ପଞ୍ଚାୟତରେ ଭତ୍ତା ବଣ୍ଟନ କରାଯାଇଛି। ଆମପାଣି ପଞ୍ଚାୟତଠାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ସମ୍ମାନିତ ଅତିଥି ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ଆମପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖଙ୍କ ଉପସ୍ଥିତିରେ ପଞ୍ଚାୟତର ୭୧ ଜଣ ହିତାଧିକାରୀଙ୍କୁ ବିଧାୟକ ଓ ବ୍ଳକ ଉପାଧ୍ୟକ୍ଷ ଭତ୍ତା ପ୍ରମାଣପତ୍ର ସହ ୫ଶହ ଟଙ୍କା ଲୋଖାଏ ପ୍ରଦାନ କରିଛନ୍ତିି। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ଶିବିର ପରିଚାଳନା କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିସ ଚନ୍ଦ୍ର ନାଏକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ। ସେହିପରି ବଡପୋଡାଗୁଡା ଠାରେ ସରପଞ୍ଚ ଜମୁନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଧର୍ମଗଡ଼ ବିଧାୟକ, ବ୍ଳକ ଉପାଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ୮୯ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ପରେ କାଉଡୋଲା ପଞ୍ଚାୟତରେ ପହଞ୍ଚି ୫୪ ଜଣ ହିତାଧିକାରୀ ଓ ଗମ୍ଭାରୀଗୁଡା ପଞ୍ଚାୟତରେ ୨୭ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ବ୍ଳକର ୨୨ ପଞ୍ଚାୟତରେ ମୋଟ୍ ୧୧୨୦ ଜଣ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ଭତ୍ତା ବଣ୍ଟନ କରିଥିବା ନେଇ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.