ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା, ଥୁଆମୂଳ ରାମପୁର ଏବଂ ଧର୍ମଗଡ ବ୍ଳକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ପ୍ରଥମେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ହେବାକୁ ଥିବା ଭବାନୀପାଟଣା ଟାଉନ ବିମଲା କନଭେଣ୍ଟ ନିକଟରେ ଥିବା ଦୁଇଟି ପୋଖରୀ ସୌନ୍ଦର୍ଯ୍ୟକରଣ ସ୍ଥଳକୁ ପରିଦର୍ଶନ କରିଥିଲେ । ପରେ ଜାକମ ଇକୋ ଟୁରିଷ୍ଟ କମ୍ପଲ୍ସେ , କାଣିଗୁମା ଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ହୋଇଥିବା କଫି ବୃକ୍ଷରୋପଣ, ଥୁଆମୂଳ ରାମପୁର କଫି ନର୍ସରୀ, ନୂତନ ନିର୍ମାଣଧିନ ମା ମାଣିକେଶ୍ଵରୀ ମନ୍ଦିର, ହେଲୋ ପଏଣ୍ଟ , କଣାସୁକଲି ଘାଟରୁ ଡଙ୍ଗା ଜରିଆରେ କେନ୍ଦୁଗୁଡା ଘାଟ ପର୍ଯ୍ୟନ୍ତ, ଧର୍ମଗଡ ଟାଉନ ହଲ ପ୍ରମୁଖ ସ୍ଥାନ ପରିଦର୍ଶନ କରିବା ସହ ଧର୍ମଗଡ ନୂତନ ଆହାର ରୋଷେଇ ଘର ଉଦଘାଟନ କରିଥିଲେ । ଏହି ସମୟରେ ଧର୍ମଗଡ ବିଧାୟକ ମହୌଷଧି ବାଗ ଉପସ୍ଥିତ ଥିଲେ । ସେହିପରି ଜୁନାଗଡ଼ ବ୍ଳକ ତଲମଲା ପଞ୍ଚାୟତ ମସିଗାଁ ପୋଲ ପରିଦର୍ଶନ ଓ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କରିଥିଲେ ଶ୍ରୀ ତ୍ରିପାଠୀ । ଏହି ସମୟରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ତାଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାଓ୍ବାର, ଧର୍ମଗଡ ଉପ ଜିଲ୍ଲାପାଳ ବେଦଭୂଷଣ, ଟେକ୍ନିକାଲ କନସଟେଣ୍ଟ ସୁନିଲ ନାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ଯୋଜନା ଓ ସମନ୍ବୟ ଅଧିକାରୀ ଶ୍ରୀକାନ୍ତ ଦଳାଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥୁଆମୂଳ ରାମପୁର, ଜୁନାଗଡ଼ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.