ଅଡିଓ ସିଡି ‘ଜଗତେ ଥିବା ଯେତେଦିନ’ ଉନ୍ମୋଚିତ

ଢେଙ୍କାନାଳ,୧୫/୫: ହସ ଖୁସି ଗମାତ ମଉଜର କଥା। ତା’ ସହିତ କିଛି କିଛି ଥଟ୍ଟା ମୁସ୍‍କିଲ୍‍। ଏସବୁର ମଉକା ଆଣିଦେଇଛି ମୃଣାଳଙ୍କ ଅଡିଓ ସିଡି ‘ଜଗତେ ଥିବା ଯେତେଦିନ’ର ଏକାଦଶ ସଂସ୍କରଣ।

ଆଜି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଉନ୍ମୋଚିତ ହୋଇଛି ଅଡିଓ ସିଡି ‘ଜଗତେ ଥିବା ଯେତେଦିନ’। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ତାଲିମ୍‍ ଅବସରରେ ରେଡିଓ ଜକି ତଥା ସାମ୍ବାଦିକ ସୁବ୍ରତ ପତି, ସହକାରୀ ପ୍ରଫେସର ଜ୍ୟୋତି ପ୍ରକାଶ ମହାପାତ୍ର ଓ ସମ୍ବିତ ପାଲ୍‍ ଏହାକୁ ଉନ୍ମୋଚନ କରିଛନ୍ତି।

ଖବରକାଗଜରେ ସୁସାହିତ୍ୟିକ ମୃଣାଳଙ୍କ ନିୟମିତ ପ୍ରକାଶିତ ସ୍ତମ୍ଭ ‘ଜଗତେ ଥିବା ଯେତେଦିନ’ର ଏହା ହେଉଛି ଏକାଦଶ ଅଡିଓ ଭର୍ସନ୍‍। ନିଜେ ଲେଖକ ଏଥିରେ କଣ୍ଠଦାନ କରିଛନ୍ତି। ସମ୍ପୂର୍ଣ୍ଣ ସିଡିରେ ଭରପୂର ବ୍ୟଙ୍ଗ ରହିଛି। ମଜା ଛଳରେ ମୃଣାଳ ଏଥିରେ ଅନେକ ସିରିୟସ୍‍ କଥା ମଧ୍ୟ କହିଛନ୍ତି। କେତେବେଳେ ଆମ୍ବକୁ ନେଇ ମଜାଦାର କଥା ତ କେବେ ଓଡ଼ିଶାର ସଂସ୍କୃତି, ଚଳଣି ଓ ପରମ୍ପରାକୁ ନେଇ ଅନେକ ରୋଚକ କଥା। ପୁଣି କେବେ ପାନୀୟ ଜଳ ସମସ୍ୟା ତ ଆଉ କେବେ ସମ୍ପର୍କର କଥା ବଖାଣିଛନ୍ତି ସେ। ସିଡିଟି ଥରେ ଶୁଣିବା ଆରମ୍ଭ କଲେ ଶେଷ ଯାଏ ମନ ଲାଖିଯାଏ। ଅତି ସୁନ୍ଦର ଭାବେ ସେ ବିଷୟବସ୍ତୁଗୁଡ଼ିକର ବର୍ଣ୍ଣନା କରିଛନ୍ତି। ସ୍ପଷ୍ଟ କଣ୍ଠସ୍ୱର ସାଙ୍ଗକୁ ଚମତ୍କାର ଉପସ୍ଥାପନା ଶୈଳୀ ଶ୍ରୋତାଙ୍କୁ ବାନ୍ଧି ରଖିବ ବୋଲି ଆଶା।

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.