ପାନୀୟ ଜଳ ଅଭାବର ଶିକାର, ପାତ୍ରବସା ଦଲିତବସ୍ତି ବାସିନ୍ଦା

କଲମପୁର,୧୬/୫ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ତ ପାତ୍ରବସା ଗାଁରେ ଥିବା ଦଲିତବସ୍ତିରେ ପାନୀୟ ଜଳର ଅଭାବ ଦେଖାଦେଇଛି । ଫଳରେ ପାନୀୟ ଜଳ ନିମନ୍ତେ  ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି । ପାତ୍ରବସା ଗାଁର ଜନସଂଖ୍ୟା ୧ ହଜାରରୁ ଉର୍ଦ୍ଧ ରହିଥିବା ବେଳେ ଭୋଟରଙ୍କ ସଂଖ୍ୟା ୬ ଶହରୁ ଉର୍ଦ୍ଧ ବୋଲି ଜଣାଯାଇଛି । ଏଥିରେ ବିଭିନ୍ନ ସଂପ୍ରଦାୟର ଲୋକ ବସବାସ କରିଆସୁଛନ୍ତି, ସେଥି ମଧ୍ୟରୁ ଦଲିତ ସଂପ୍ରଦାୟର ୬୦ରୁ ଉର୍ଦ୍ଧ ପରିବାର ଏଠାରେ ବାସ କରିଥାନ୍ତି । ଏମାନଙ୍କ ନିମନ୍ତେ ପଡାରେ ସରକାରଙ୍କ ତରଫରୁ ଗୋଟିଏ ନଳକୂପ ଯୋଗାଇ ଦିଆଯାଇଛି ତେବେ ଏହି ନଳକୂପ ବାରମ୍ବାର ଅଚଳ ହୋଇପଡୁଛି । କେତେ ବେଳେ ପାଣି ବାହାରୁ ନାହିଁତ କେତେ ବେଲେ ଯାନ୍ତ୍ରିକ ତୃଟି ଯୋଗୁଁ ନଳକୂପ ଅଚଳ ହୋଇ ପଡୁଛି । ଚଲିତ ଗ୍ରୀଷ୍ମ ଋତୁ ଆରମ୍ଭରେ ତିନି ଥର ଅଚଳ ହୋଇ ସଜଡା ଯାଇଥିବା ବେଳେ ଏବେ ୮ ଦିନ ହେଲା ନଳକୂପ ଅଚଳ ହୋଇ ପଡିଛି । ବସ୍ତି ବାସିନ୍ଦା ମାନେ ଏନେଇ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଲିପାରି ନଥିବା ପ୍ରକାଶ କରନ୍ତି । ଏତେ ସଂଖ୍ୟକ ଲୋକମାନଙ୍କୁ ଗୋଟିଏ ନଳକୂପ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଅନ୍ୟ ଏକ ନଳକୂପ ରାଧାକୃଷ୍ଣ ମନ୍ଦିର ପାର୍ଶରେ ଥିବା ଦଲିତ ବସ୍ତିରେ ଯୋଗାଇ ଦେବାକୁ ଦିର୍ଘ ଦିନ ହେଲା ଦାବି ହୋଇଆସୁଛି । ବସ୍ତିର ଲୋକମାନେ ଏନେଇ ସରପଞ୍ଚ ବନଜା ବାସିନୀ ମହାପାତ୍ରଙ୍କୁ ଲିଖିତ ଭାବରେ ଜଣାଇଥିବା ପ୍ରକାଶ କରିଛନ୍ତି । ସରପଞ୍ଚ ଏହାକୁ ବିଚାରକୁ ନେଇ ଗତ ଫେବୃଆରୀ ମାସ ୧୩ ତାରିଖ ଦିନ ଗ୍ରାମ ସଭାରେ ପାଲିତ କରେଇ ନୂତନ ନଳକୂପ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଏଥି ସହ ସରପଞ୍ଚ ଶ୍ରୀମତୀ ମହାପାତ୍ର ଗାଁ ବିଦ୍ୟାଳୟ ନିକଟରେ ଏକ ସୋଲାର ପ୍ଲାଣ୍ଟ ମଧ୍ୟରେ ୫ଲକ୍ଷ ଟଙ୍କା ବ୍ୟୟ କରାଇ ଉଠା ପାଇପ୍ ଜଳ ବସ୍ତିବାସିନ୍ଦା ଲୋକ ମାନଙ୍କୁ ଯୋଗଇ ଦେବାପାଇଁ ଯୋଜନା କରିଛନ୍ତି । ଏହା ଖୁବ୍ ସିଘ୍ର କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏସବୁ ସତ୍ତେ ୨ ମାସ ବିତିଯାଇ ଗ୍ରୀଷ୍ମ ପ୍ରବାହ ସମୟରେ ବସ୍ତିବାସିନ୍ଦା ଲୋକ ମାନେ ପାନୀୟ ଜଳ ନିମନ୍ତେ ଡହକ ବିକଳ ହୋଇ ଚାଲିଛନ୍ତି । ନଳକୂପ କି ଉଠା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ଆଯିଯାଏଁ ଶୁଭାରମ୍ଭ ହୋଇପାରୁ ନାହିଁ । ଏନେଇ ସରପଞ୍ଚ ଶ୍ରୀମତି ମହାପାତ୍ର ସହ ଯୋଗଯୋଗ ହୋଇପାରୁ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଲିପାରି ନଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ସୁଶାନ୍ତ କୁମାର ବଣିଆ କହିଛନ୍ତି ଏଥର ନଳକୂପ ଅଚଲଥିବା ଖବର ଆମ ପାଖରେ ନାହିଁ, ଗତଥର ସେମାନେ ଲିଖିତ ଭାବେ ଜଣାଇଥିଲେ ଆମେ ମରାମତି କିରିଦେଇଥିଲୁ । ଆଉ ରହିଲା ନୂତନ ନଲକୂପ ପାଇଁ ସେମାନେ ଲିଖିତ ଭାବେ ଜଣାଇଛନ୍ତି ତାହା ପଞ୍ଚାୟତ ସଭାରେ ପାଲିତ ହୋଇଯାଇଛି । ଆଉ ଉଠା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ଏସ୍କନ୍ ପ୍ଲାନ ତିଆରି କରି ପଠାଯାଇଛି, ତାହା ଆସିଲେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି । ତେବେ ଏହି ବସ୍ତି ବାସିନ୍ଦା ଲୋକ ମାନେ କେବେ ପାନୀୟ ଜଳ ଅଭାବରୁ ମୁକ୍ତି ପାଇବେ  ତାହା ଦେଖିବାକୁ ବାକି ରହିଲା ।

Omkar Vasthu
Omkar Vasthu

 

କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.