ଶ୍ରୀ ଗୋପାଳଜୀ ଯୋଗାଳୟ ପରିଦର୍ଶନ କଲେ ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ଅନୁଷ୍ଠାନ ଶ୍ରୀ ଗୋପଳଜୀ ତଡିତ ମନ୍ତ୍ର ଯୋଗାଳୟ ଅନୁଷ୍ଠାନକୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ପରିଦର୍ଶନ କରିଥିଲେ । ଶ୍ରୀମତୀ ସିଂ ଦେଓଙ୍କୁ ଯୋଗାଳୟ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିବା ବେଳେ ଏଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରା ଯାଇଥିଲା । ଶିକ୍ଷାବିତ ପ୍ରଦୀପ ପୁରୋହିତ ସଭା ସଂଯୋଜନା ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଆର୍ତ୍ତତ୍ରାଣ ବାବୁ ବିବରଣୀ ପାଠ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୂଖ୍ୟ ଅତିଥି ଭାବେ ଏମପି ଶ୍ରୀମତୀ ସିଂ ଦେଓ ଯୋଗ ଦେଇ ଯୋଗକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଳଙ୍କ ଆୟୁଷ ମନ୍ତ୍ରଣାଳୟ ପାଖରେ ଉପସ୍ଥାପନା କରିବାକୁ ଦୃଢ଼ ପ୍ରତଶ୍ରୁତି ଦେଇ ଯୋଗର ମହତ୍ତ୍ଵ ଓ ପରମ୍ପରାକୁ ଜାରି ରଖିଥିବା ଏହି ୩୦ ବର୍ଷର ସର୍ବ ପୁରାତନ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଯୋଗ ହିଁ ରୋଗ ପ୍ରତିରୋଧକ ଅଟେ ବୋଲି ମତ ରଖି ଏହି ଅଭ୍ୟାସ ସକାରାତ୍ମକ ଦିଗକୁ ନେଇଥାଏ ବୋଲି କହିଥିଲେ । ସଭାରେ ଉପସ୍ଥିତ ଥିବା ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗାଳୟ ଉଭୟ ଅନୁଷ୍ଠାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାନସ ସନ୍ତାନ ଭାବେ ପରିଚିତ ଏଣୁ ଆଜି ଉଭୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାକ୍ଷାତ୍ କରି ଖୁବ୍ ଆତ୍ମସନ୍ତୋଷ ଲାଭ କରିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।

Udyog Nursery
Udyogi Nursery

ସଭାରେ ବରିଷ୍ଠ ନେତା ପ୍ରମୋଦ ମହାପାତ୍ର, ଯୋଗଳୟର ବରିଷ୍ଠ ସଭ୍ୟ ଜ୍ୟୋତି ରଂଜନ ପଟ୍ଟନାୟକ, ନିରଞ୍ଜନ ତ୍ରିପାଠୀ ମଞ୍ଚାସିନ ଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଜ୍ୟୋତି ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ, ରକ୍ତ ଦାତା ସଂଘ ଓ ସ୍ୱଚ୍ଛ ଭାରତ ସଂଘ ର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.