ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ସାନ୍ତପୁର ସେକ୍ସନ ର ସରକାରୀ ଉଚ୍ଚ ବିଦ୍ୟାଳୟ ରାତୁଲ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟରେ ଏକ ସଚେତନତା ରାଲି ଓ ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନପାଳ ଭବାନୀ ଶଙ୍କର ପରିଚ୍ଛା, ବନରକ୍ଷୀ ଇନ୍ଦୁଭୂଷଣ ଧ.ମାଝୀ, ବନରକ୍ଷୀ ତୁଳସୀ ସ୍ୱାଇଁ, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ ପ୍ରମୁଖ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼, ସୁବାସ ଚନ୍ଦ୍ର ନାଏକ, ରୋମାଞ୍ଚଳ ବାଗ, ଉକ୍ତ ସ୍କୁଲ ଇକୋ କ୍ଲବର ମୁଖ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଓ ଶୈଳବାଳା ସାହୁ, ଉଷାରାଣୀ ସାହୁ, ଅପର୍ଣ୍ଣା ସ୍ୱାଇଁ, ପୁଷ୍ପାଞ୍ଜଳି ସାହୁ, ପ୍ରିୟଦର୍ଶିନୀ ନାଗ, ଜ୍ୟୋଷ୍ନାମୟୀ ସାହୁ, ମିଲନ କୁମାର ଚାନ୍ଦ, ଚନ୍ଦ୍ରମୋହନ ବିଶ୍ୱାଳ, ରଞ୍ଜନ କୁମାର ସେନାପତି, ରବିନ୍ଦ୍ର ସେଠୀ ପ୍ରମୂଖ ସମସ୍ତ ସହ ଶିକ୍ଷକ ଏବଂ ‘ପ୍ରକୃତି ବନ୍ଧୁ’ ମିଲନ କୁମାର ଭୋଇ ଏବଂ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।