ବିଚିତ୍ରମୟ ପୃଥିବୀ । ଆଉ ଏହାଠାରୁ ବଡ ବିଚିତ୍ର ଲୋକଙ୍କ ଚଳଣି । ଆପଣମାନେ କେବେ ବିଶ୍ୱାସ କରିବେ ଯେ, ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ମନା । ଆଫ୍ରିକାର କେନିୟାରେ ଏହି ଗ୍ରାମ ରହିଛି । ଏହାର ନାମ ଉମୋଜୋ । ବଂଶ ବୃଦ୍ଧି ପାଇଁ ମହିଳାମାନେ ଆବଶ୍ୟକ ବାହାରକୁ ଯାଇ ଅନ୍ୟ ପୁରୁଷ ସହ ସମ୍ପର୍କ ସ୍ଥାପନ କରିପାରିବେ । ଗ୍ରାମକୁ ପୁରୁଷ ଆସି ପାରିବେ ନାହିଁ । ବିଧବାଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାଙ୍କୁ ସେମାନେ କିନ୍ତୁ ସ୍ୱାଗତ କରିଥାନ୍ତି । କେବଳ ଗୋଟିଏ ସର୍ତ, ପୁରୁଷଙ୍କଠାରୁ ଦୂରେଇ ରହିବେ । ଏହି ଗ୍ରାମରେ ଏବେ ୫୦ ପରିବାର ରହୁଛନ୍ତି । ପରିବାର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଜଣେ ବାଳକର ବୟସ ୧୮ ହେଲେ ତାକୁ ଗ୍ରାମ ଛାଡିବାକୁ ପଡିବ । ଏହି ପୁରୁଷ ବିହୀନ ଗ୍ରାମ ପଛର କାରଣ ଜାଣିଲେ ଆପଣ ବି ତାଙ୍କୁ ପ୍ରଶଂସା କରିବେ । କେନିୟା ସହ ଏକ ଚୁକ୍ତିନାମା ଅନୁସାରେ ଏଠାରେ ବ୍ରିଟେନର ସୈନିକମାନେ ଅଭ୍ୟାସ କରିବା ପାଇଁ ଆସିଥାନ୍ତି । ୧୯୮୮ରେ ଟ୍ରେନିଂ ନେବାକୁ ଆସିଥିବା କେତେକ ସୈନିକ ୧୫ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ସେମାନଙ୍କୁ ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଗ୍ରହଣ କରି ନ ଥିଲେ । ଶେଷରେ ନିରୁପାୟ ହୋଇ ଏହି ମହିଳାମାନେ ଏହି ଗ୍ରାମର ନିର୍ମାଣ କରିଥିଲେ । ସେବେଠାରୁ ସେମାନେ ନିଷ୍ପତି ନେଇଥିଲେ ପୁରୁଷଙ୍କ ଏଠାରେ ପ୍ରବେଶ କରାଇ ଦେବେ ନାହିଁ । ପର୍ଯ୍ୟଟକଙ୍କ କଳାକୃତି ଓ ଅନ୍ୟ ସାମଗ୍ରର ବିକ୍ରି ସେମାନେ ପରିବାର ପୋଷଣ କରିଥାନ୍ତି । ଧିରେ ଧିରେ ଏହି ଗ୍ରାମ ପ୍ରତି ପର୍ଯ୍ୟଟକମାନେ ବିଶେଷ କରି ମହିଳାମାନେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି ।