ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କୁ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନାର ସମ୍ପାଦକ ଭାବେ ମନୋନୀତ କରିଛନ୍ତି ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ। ଶିକ୍ଷକତାରୁ ଅବସର ନେବା ପରେ ଶ୍ରୀ ପାତ୍ର କର୍ଲାମୁଣ୍ଡା ଅଂଚଳର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ସଂଗ୍ରାମ ଜାରି ରଖିଛନ୍ତି। ଏହି ଦାୟିତ୍ୱ ପାଇଁ ସେ ବିବେକ ସେନାର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଜଣାଇବା ସହ ମା ମାଟିର ସେବା କରିବାକୁ ଏହା ଆଉ ଏକ ସୁଯୋଗ ଦେବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।