ଜୁନିୟର ରେଡ଼କ୍ରସ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଇଁତଲା ତହସିଲଦାର ମନସ ଫିଲ କେରକେଟା ଓ ମୁଖ୍ୟବକ୍ତା ଭାବରେ ସଇଁତଲା ଡାକ୍ତରଖାନାର ଡ. ବିଶ୍ଵଜିତ ମିଶ୍ର ଯୋଗଦାନ କରିଥିଲେ । ଏହି ପରିପେକ୍ଷୀରେ ବିଶ୍ଵ ଜନସଂଖ୍ୟା ଉପରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳନ କରାଯାଏ l ବିଶ୍ଵ ଜନସଂଖ୍ୟା ଦିବସ । ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ସଂଚାଳନା ପରିଷଦ ଦ୍ଵାରା ୧୯୮୯ ମସିହାରେ ଏହା ସ୍ଥାପନା କରାଯାଇଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ସନ୍ତୁଳିତ କରିବା । ଭାରତରେ ଜନସଂଖ୍ୟା ଏଭଳି ଦ୍ରୁତଗତିରେ ବଢ଼ିବାର କାରଣ ନେଇ ଏବେ ବୈଜ୍ଞାନିକ ଓ ସମାଜବିଜ୍ଞାନୀମାନଙ୍କ ଗବେଷଣା ମତରେ କମ୍ ବୟସରେ ବିବାହ ଆମ ଦେଶରେ ଜନସଂଖ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ । ପ୍ରକାଶ ଯେ, ଦେଶର କେତେକ ଅଞ୍ଚଳରେ ୧୮ ବର୍ଷରୁ କମ୍ ବୟସର ଝିଅମାନେ ବିବାହ କରୁଛନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ପନ୍ଦର ପ୍ରତିଶତ ହୋଇଥ‌ିବାବେଳେ ସେହି ସବୁ ଅଞ୍ଚଳରେ ଅଧିକ ସନ୍ତାନ ଜନ୍ମ ହେଉଥିବାର ଦେଖାଯାଉଛି । ଏଭଳି କ୍ଷେତ୍ରରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଲେ କି ଭୟଙ୍କର ସ୍ଥିତି ଉପୁଜିବ, ତାହା ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ । ଆଜିଠୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଭବିଷ୍ୟତରେ ସ୍ଥିତି ଭୟାବହ ସୁନିଶ୍ଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠୀ, ଦୀପକସେନ ଧରୁଆ, ହିମାଂଶୁ ଶେଖର ବିଶ୍ୱାଳ, କୃପାସିନ୍ଧୁ ମିଶ୍ର , ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.