ଆବାସ ଯୋଜନା ଘର ଅପେକ୍ଷାରେ ଗରିବ ପରିବାର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜି ଦିଗାଲ ଭଲ ଘରଟିଏ ନଥ‌ିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ ସ୍ତ୍ରୀ ଏବଂ ୩ ସନ୍ତାନ । କାର୍ଜି ଦୈନନ୍ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବର୍ଷା ଦିନେ ଘରର ଅବସ୍ଥା ନ କହିବା ଭଲ ଘର ଉପରୁ ପାଣି ଝରୁଛି । ଅନେକ ଥର ପବନ ଯୋଗୁଁ ଟିଣ ଛପର ମଧ୍ୟ ଉଡ଼େଇ ନେଇଛି । ଆବାସ ଯୋଜନାରେ ଘର ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ । ଘର ମିଳିଯିବ ବୋଲି ଖାଲି ପ୍ରତିଶ୍ରୁତି ଦେଇଛନ୍ତି । ଏ ସମ୍ପର୍କରେ ମିଡ଼ିଆକିଆ ସରପଞ୍ଚ ଅଶୋକ ମଳିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କାର୍ଜି ଙ୍କର ଆବାସ ଯୋଜନା ଘର ନିମନ୍ତେ ସମସ୍ତ କାଗଜ ପତ୍ର ଅଫିସରେ ଦାଖଲ କରିଛନ୍ତି, ହେଲେ ଅଫିସ ତରଫରୁ ବର୍ତ୍ତମାନ ଯେଉଁ ଆବାସ ତାଲିକା ବାହାରିଛି, ସେଥିରେ ତାଙ୍କର ନା ନଥିବା ମଧ୍ୟ କହିଛନ୍ତି । ହେଲେ କାର୍ଜି ଦିଗାଲ ଙ୍କ ସମେତ ଆହୁରି ଅନେକ ଙ୍କ ର ଆବାସ ତାଲିକାରୁ ନାମ କଟିଛି, ନାମ କିପରି କଟିଲା ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି l ଏ ନେଇ ଅଞ୍ଚଳର ଯୁବ ସମାଜ ସେବୀ ବିଞ୍ଜାମିନ ନାୟକଙ୍କ ସମେତ ଗ୍ରାମବାସୀ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ଘର ଯୋଗାଇ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.