ରେଙ୍ଗାଲ ପାଲି ନୂତନ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଠାରେ ନୂତନ କୃଷି ସମବାୟ ସମିତି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ରେଙ୍ଗାଲ ପାଲିର ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ ଜୟପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ସମବାୟ ବ୍ୟାଙ୍କର ସଭାପତି ଗିରିଶ ଚନ୍ଦ୍ର ବେହେରା, ବଡ଼ ପୁଝାରୀ ଗୁଡା ପେକ୍ସ ସଭାପତି ଲଲିତ କୁମାର ନାଏକ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷ ପ୍ରତିନିଧି ଲାବାଣ୍ୟ ବାଣୁଆ, ସ୍ଥାନୀୟ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ଅଗ୍ରୱାଲ, ବ୍ଳକ ବିଜେଡି ସଭାପତି ମିନକେତନ ପୁଝାରୀ, ଅରବିନ୍ଦ ଶର୍ମା, ପ୍ରମୁଖ ମଞ୍ଚାସିନ ଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ତାଙ୍କର ଅଭିଭାଷଣରେ ଏହି ନୂତନ ସମବାୟ ସମିତି ଗଠନ ହେବା ଦ୍ବାରା ଏ ଅଞ୍ଚଳର ଚାଷୀ ମାନଙ୍କର ଉନ୍ନତି ହେବା ସହିତ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ ଏବଂ ଏହି ପ୍ରାଥମିକ ସମବାୟ ସମିତି ଜରିଆରେ ବିଭିନ୍ନ ୠଣ ପାଇ ପାରିବେ, ରସାୟନିକ ସାର ପାଇପାରିବେ ଏବଂ ସେବା ସମବାୟ ସମିତି ମାଧ୍ୟମରେ କୃଷି ଜାତ ଦ୍ରବ୍ୟର ବିକ୍ରୟ କରିପାରିବେ ବୋଲି ମତପୋଷଣ କରିଥିଲେ। ମାନ୍ୟବର ବିଧାୟକ ତାଙ୍କର ଅଭିଭାଷଣରେ ଏହି ସମବାୟ ସମିତି ହେବାଦ୍ବାରା କୃଷି ଓ କୃଷକର ବିକାଶ ହେବା ସହିତ ଚାଷୀମାନେ ସମବାୟ ସମିତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଧ୍ୟ ବିଭିନ୍ନ ୠଣ ନେଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସଭାର ସଭାପତି ଶ୍ରୀଯୁକ୍ତ ପଟ୍ଟଯୋଶୀ ତାଙ୍କର ଅଭିଭାଷଣରେ କହିଲେ ଆମର ରେଙ୍ଗାଲି ଗ୍ରାମ ପଞ୍ଚାୟତ ବଡ଼ ପୁଝାରୀ ଗୁଡା ସମବାୟ ସମିତି ଅଧିନରେ ଥିଲା। ବଡ଼ ପୁଝାରୀ ଗୁଡା ସେବା ସମବାୟ ସମିତି ଆମ ଗ୍ରାମ ପଞ୍ଚାୟତ ଠାରୁ ଦଶ କିଲୋମିଟର ଦୂରରେ ଥିବାରୁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ନୂତନ ସମବାୟ ସମିତି ହେବା ଦ୍ବାରା ଚାଷୀମାନଙ୍କର ବହୁତ ଦିନ ଆଶା ପୂରଣ ହେବା ସହିତ ଚାଷୀ ମାନଙ୍କ ଶସ୍ୟ ବିକ୍ରୟ କରିପାରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧୃବ ଚରଣ ସାହୁ, ଅନ୍ତରାମ ବାଣୁଆ, ଧନେଶ୍ଵର ପୁଞ୍ଜି, ପରମାନନ୍ଦ ରାଉତ, ଅର୍ଜୁନ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ। ଅଶ୍ବିନ କୁମାର ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ଉମାଶଙ୍କର ଦିପ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.