ଅଗଷ୍ଟ ୯ରେ ଭୁବନେଶ୍ବର ଚାଲ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି-ନୂଆପଡା ଜିଲ୍ଲା ଦ୍ବୟର ୪୮୮ବର୍ଗ ଅନୁଦାନ ପ୍ରାପ୍ତ ମହାବିଦ୍ଯାଳୟ ଅନ୍ତର୍ଭୁକ୍ତ ସମସ୍ତ ଅଧ୍ଯାପକ/ଅଧ୍ଯାପିକା-କର୍ମଚାରୀଙ୍କ ମିଳିତ ଆନୁକୂଲ୍ୟରେ ସର୍ବମଙ୍ଗଳା କନିଷ୍ଠ ମହାବିଦ୍ଯାଳୟଠାରେ ଆଜି ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅଗଷ୍ଟ ମାସ ୯ ତାରିଖ କ୍ରାନ୍ତି ଦିବସ ଅବକାଶରେ ରାଜ୍ଯ ସଂଘ ନେତୃତ୍ବ ସଭାପତି ପବିତ୍ର ମୋହନ ମହଲା ଏବଂ ସଂପାଦକ ଡ•ଅଟଳ ବିହାରୀ ବଳଙ୍କ ନିର୍ଦ୍ଦେଶ କ୍ରମେ ପାଞ୍ଚ ଦଫା ଦାବି ଆଧାରିତ ଯଥା-ପୁରୁଣା ନିୟମରେ ସେବା ଅବସର ଭତ୍ତା,ଚାକିରି ସର୍ତ୍ତାବଳୀ,ସଂବର୍ଗ ପଦୋନ୍ନତି,୨୦୧୮ ଅନୁଦାନ ପାଇଁ ୭ମ ବେତନ ଏବଂ ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧିକୁ ନେଇ ଭୁବନେଶ୍ବର ଚାଲ ନିର୍ଣ୍ଣିତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।ଦିନକ ପାଇଁ ଏହି ବର୍ଗର ସମସ୍ତ ଅଧ୍ଯାପକ/ଅଧ୍ଯାପିକା-କର୍ମଚାରୀ ସାମୟିକ ଛୁଟି ନେଇ ନିଜ ହକ୍ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଗାନ୍ଧୀ ମାର୍ଗ ଧାରଣା ସ୍ଥଳରେ ଉପସ୍ଥିତ ହେବାର ଦୃଢ ନିଷ୍ପତ୍ତି ହୋଇଥିଲା।ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ସମସ୍ତ ପାରିଲା ସମୟ ଅବହେଳିତ ପରିସ୍ଥିତି ସତ୍ତ୍ବେ ଦୀର୍ଘ ୨୫ରୁ-୩୦ବର୍ଷ ଅଧ୍ଯାପନା ସେବା ଦେଇ ଥକା ମଣିଷ ଗୁଡାଙ୍କ ନାର୍ଯ୍ଯ ଦାବିକୁ ସରକାର ସଂବେଦନଶୀଳ ଗ୍ରହଣ ପୂର୍ବକ ଥୟ କରିବେ ବୋଲି ସମସ୍ତେ ଆଶା ବ୍ଯକ୍ତ କରିଥିଲେ। ଦ୍ବୟ ଜିଲ୍ଲାର ଆବାହକ ତଥା ଆୟୋଜକ ଅଧ୍ଯାପକ ପ୍ରଦୀପ କୁମାର ମିଶ୍ର ପ୍ରସ୍ତାବିତ ନିର୍ଣ୍ଣାୟକ କାର୍ଯ୍ଯକ୍ରମକୁ ସ୍ବତଃ ପ୍ରେରିତ ହୋଇ ସଫଳ ରୂପାୟନ ପାଇଁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ଦିନ ପ୍ରଥମ ପ୍ରସ୍ତୁତି ବୈଠକ ଏହି ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ।