ପ୍ରେରକ ସଂଘର ଜରୁରୀକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ ରବିବାର କାଉଡୋଲା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ |ପ୍ରେରକ ମାନେ ୨୦୧୧ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସରକାରଙ୍କ “ସାକ୍ଷାର ଭାରତ” କାର୍ଯ୍ୟକ୍ରମରେ ସାମିଲ ହୋଇ ୧୫ ବର୍ଷରୁ ଉର୍ଦ୍ଧ୍ବ ଅଣସାକ୍ଷର ପୁରୁଷ ଓ ମହିଳାଙ୍କୁ ସାକ୍ଷର କରି ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ପଞ୍ଚାୟତର ବିପିଏଲ, ଏପିଏଲ ସର୍ଭେ, ଭତ୍ତା ବଣ୍ଟନ, ପିଡ଼ିଏସ ବଣ୍ଟନରେ ସହଯୋଗ କରୁଥିଲେ।ଜିଲ୍ଲାରେ ୫୪୭ ପ୍ରେରକ ନିୟୋଜିତ ଥିଲେ ଓ ମାସିକ ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇ ପରିବାର ପ୍ରତିପୋଷଣ କରୁଥିଲେ।ସାକ୍ଷର ଭାରତ କାର୍ଯ୍ୟକ୍ରମ ବନ୍ଦ ହେବା ପରେ ବର୍ତ୍ତମାନ ପ୍ରେରକ ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏବଂ ବିଭିନ୍ନ ସମୟରେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ପାଇଁ ଦାବୀ କରି ଆସୁଛନ୍ତି।ବର୍ତ୍ତମାନ ସରକାରଙ୍କ ନୂତନ ସାକ୍ଷର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ଓ ଅଣସାକ୍ଷର ଚିହ୍ନଟ କରିବାକୁ ଚିଠି ହୋଇଛି, ହେଲେ ପ୍ରେରକ ମାନଙ୍କୁ ଅଣଦେଖା କରି ଶିକ୍ଷା ବିଭାଗକୁ ଦାଇତ୍ୱ ଦିଆଯାଇଛି। ଆଗକୁ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ପ୍ରେରକ ମାନଙ୍କୁ ପୁନଃନିଯୁକ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଳକ ଉପାଧ୍ୟକ୍ଷଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫ ଟି’ ସଚିବଙ୍କ ସ୍ୱତନ୍ତ୍ର ସାକ୍ଷାତ କରି ଆପଣଙ୍କ ଦାବୀ ଉପସ୍ଥାପନା କରିବି ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ବୈଠକରେ ଜିଲ୍ଲା ପ୍ରେରକ ସଂଘ ସଭାପତି ଅକୃର ମହାଳିକ, ସହ ସମ୍ପାଦକ ଛବି ବିହାରୀ,ଆଲୋକ ବିଶି,କୋଷାଧକ୍ଷ ଗାୟତ୍ରୀ ଠାକୁର, ରବି ନାରାୟଣ ଦାସ, ସଂଜୀବ ସାହୁ, ରମେଶ ରୋଥି, ଗୁପ୍ତେଶ୍ୱର ବାଗ, ପୁନିଆ ରଞ୍ଜନ ନାଗ ସମେତ ବିଭିନ୍ନ ବ୍ଳକର ପ୍ରେରକମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.