“ଆମ ଓଡିଶା ନବୀନ ଓଡିଶା” ଯୋଜନାର ସଚେତନ ଓ ପ୍ରକଳ୍ପ ଚୟନ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ସହ ଧାର୍ମିକ ଉପାସନାସ୍ଥଳୀ ଓ ପର୍ଯ୍ୟଟକ ଙ୍କ ଗହଳି ହେଉଥିବା ସ୍ଥାନରେ ବିଭିନ୍ନ ସୁବିଧା ସୃଷ୍ଟି ପାଇଁ ପଞ୍ଚାୟତକୁ ଦଶ ଲକ୍ଷ ଓ ବିଭିନ୍ନ ବାଟରେ ଚାଳିଶ ଲକ୍ଷ ଖର୍ଚ୍ଚ କରିବା ପାଇଁ “ଆମ ଓଡିଶା ନବୀନ ଓଡିଶା” ନାମକ ଯୋଜନା ପ୍ରସ୍ତୁତ କରିଛନ୍ତି l ଏହି ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ଦାୟିତ୍ୱ ଜରୁରୀ ମନେ କରି ଆଜି କୋକସରା ପଞ୍ଚାୟତ ସମିତି ସଭା ଗୃହ ଠାରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଡ଼ିଓ ଉତ୍ତମ କୁମାର ବାଗ, ବିଧାୟକ ପ୍ରତିନିଧି ତଥା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ଆମପାଣି ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଜିପିଓ ନାରାୟଣ ଭୋଇ ଉପସ୍ଥିତ ରହି ଅନୁଦାନର ସୁବିନିଯୋଗ ପାଇଁ ସଚେତନ କରିଥିଲେ l ତେବେ କିଛି ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ଆଜ୍ଞାତରେ ପ୍ରକଳ୍ପ ତାଲିକା ଥିବା ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ l ପରେ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ସମସ୍ତଙ୍କ ସହମତିରେ ନିଜ ଅଞ୍ଚଳର ଉନ୍ନତି ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତି କରି ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା l ତେବେ କିଛି ବିଜେଡି କର୍ମୀମାନେ ନିଜକୁ ସୁହାଇଲା ଭଳି ମନଇଚ୍ଛା ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିଥିବା ଆଲୋଚନା ହେଉଛି l ଉପସ୍ଥିତ ଲୋକପ୍ରତିନିଧି ମାନେ ଗାଁକୁ ଯାଇ ଲୋକଙ୍କ ସୁବିଧା ଅନୁସାରେ ପ୍ରକଳ୍ପ ପ୍ରସ୍ତୁତ ହେଲେ ଅନୁଦାନର ସଫଳ ରୂପାୟନ ହେବ ବୋଲି ଦାବୀ କରୁଛନ୍ତି l ବୈଠକରେ କୋକସରା ବ୍ଲକର ସମସ୍ତ ସରପଞ୍ଚ, ସମିତି ଓ ଲୋକପ୍ରତିନିଧି ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.