ବିଶ୍ବ ଆଦିବାସୀ ଦିବସକୁ ସରକାରୀ ଛୁଟି ଘୋଷଣା ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଦିବାସୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ହେଉଛି ବିଶ୍ବ ଆଦିବାସୀ ଦିବସ। ଆସନ୍ତା ୨୦୨୫ ବର୍ଷଠାରୁ ଅଗଷ୍ଟ ୯ ବିଶ୍ବ ଆଦିବାସୀ ଦିବସକୁ ସରକାରୀ ଛୁଟି ଘୋଷଣା ଦାବି କରିଛି କେସିଙ୍ଗା ବ୍ଲକ ଆଦିବାସୀ ସଂଘ ଏବଂ ଆଦିସ୍କନ୍ଦ ସମାଜ। କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଙ୍ଗପଦର ଠାରେ ଆୟୋଜିତ ବିଶ୍ବ ଆଦିବାସୀ ଦିବସ ଅବସରରେ ଏହି ମତ ପ୍ରକାଶ ପାଇବାସହ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

Omkar Vasthu
Omkar Vasthu

କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ମୋହନ ଶବର ଓ ଆଦିବାସୀ ସଂଘ ସଭାପତି ଶେଷଦେବ ମାଝୀଙ୍କ ଆହ୍ବାନ କ୍ରମେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚୁଡ଼ାମଣି ମାଝୀ, ମୁଖ୍ୟ ବକ୍ତା ଭାବେ ମହେଶ୍ବର ମାଝୀ, ସମ୍ମାନିତ ଅତିଥି ଭାବେ ହର୍ଷ ମାଝୀ, ଆଦିତ୍ୟ ମାଝୀ, ଉପଦେଷ୍ଟା ସାଧୁରାମ ଭୋଇ, ସଞ୍ଜିବ ମାଝୀ, ପରମା ମାଝୀ, କୃଷ୍ଣ ମାଝୀ, ଭଜନ ମାଝୀ, ପଦ୍ମିନୀ ମାଝୀ, ମଞ୍ଜୁ ମାଝୀ ପ୍ରମୁଖ ମଞ୍ଚାସିନ ରହି ଆଦିବାସୀ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସଂଘର ଉପସଭାପତି ଆଶାରାମ ନାଏକ ଓ ଚଞ୍ଚଳ ମାଝୀ, ସଂପାଦକ ସୁରେଶ ଶବର, ଆଦିସ୍କନ୍ଦ ସମାଜର କେସିଙ୍ଗା ନଗର କମିଟି ସଭାପତି ସଦାନନ୍ଦ ମାଝୀ, କେସିଙ୍ଗା ବ୍ଲକ ଆଦିସ୍କନ୍ଦ ସମାଜ ଉପସଭାପତି ବୈତୁମ ଧାରୁଆ, ସମ୍ପାଦକ ଧିରେନ୍ଦ୍ର ମାଝୀ, ଇନ୍ଦ୍ରଜିତ ମାଝୀ, କୋଷାଧ୍ୟକ୍ଷ ଡୋଲାମଣି ମାଝୀ, ସେବତି ମାଝୀ, କୁମୁଦିନୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.