ବିଶ୍ଵନାଥପୁର ଠାରେ ୪୫ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ୪୫ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘବର୍ଷ ଧରି ବିଶ୍ଵନାଥପୁର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦେବୀ ଦୁର୍ଗାଙ୍କ ପୂଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ୪୫ତମ ଦୁର୍ଗାପୂଜା ମହା ଆଡମ୍ବରରେ ପାଳନ କରାଯିବ ବୋଲି ବୈଠକରେ ଗାଁ ଗୌନ୍ତିଆ ଓ ପୂଜା କମିଟି ପକ୍ଷରୁ ସୁଚନା ଦେଇଛନ୍ତି। ଆଜିର ଏହି ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଦୁର୍ଗାପୂଜା କମିଟିର ସଭାପତି ଭାବେ ପୂନର୍ବାର ମନୋରଞ୍ଜନ ବିଶିଙ୍କୁ ମନୋନୀତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଗଣେଶ ବେହେରା, ଉପସଭାପତି ସୌମ୍ୟରଞ୍ଜନ କର, ସମ୍ପାଦକ ଭାବେ ଅଚ୍ୟୁତାନନ୍ଦ ଘଢେଇ, ସ‌ହ ସଂପାଦକ ବିରଞ୍ଚି ପ୍ରଧାନୀ, କୋଷାଧ୍ୟକ୍ଷ ଧବଳେଶ୍ଵର ଠେଲା, ଯୁଗ୍ମ କୋଷାଧକ୍ଷ ଭାବେ ସୁବାସ ନାଏକ ଓ ସାଂସ୍କୃତିକ ସମ୍ପାଦକ ନିର ରାଉତ, ଯୁଗ୍ମ ସଂପାଦକ ଆକାଶ ସାହୁ ଓ ରିଙ୍କୁ ପ୍ରଧାନୀଙ୍କୁ ଚୟନ କରାଯାଇଥିଲା। ଆଜିର ଏହି ବୈଠକ ଗାଁ ଗୌତିଆ ପ୍ରଦିପ ଘଢେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନନ୍ତ ପଧାନୀ, ରଘୁବୀର ନାଗ, ବଳରାମ ବେହେରା, ତ୍ରିଲୋଚନ ସେଠୀ, ତରୁଣ କୁମାର ଦାସ, ବୈଶାଖୁ ନାଏକ, ବନ ଦଳେଇ, କିଶୋର ହରପାଲ, ଗୌତମ ଦଣ୍ଡସେନା, ଆନନ୍ଦ ସାହୁ, ପ୍ରମୋଦ କୁମାର ଗୋୟଲ ପ୍ରମୁଖଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। କର୍ତ୍ତା ଭାବେ ଗାଁ ଗୌତିଆ ପ୍ରଦିପ ଘଢେଇ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଘଢେଇ ଦାୟିତ୍ୱ ନିର୍ବାହ କରିବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଦୁର୍ଗାପୂଜା ଛଅ ଦିନ ଧରି ହେବ ବୋଲି ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.