ରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର‌‌ ୟୁନିକର ରାଷ୍ଟୀୟ ପୋଷଣ ମାସ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଷ୍ଟ୍ରୀୟ ପୋଷଣ ମାସ ପରିପ୍ରେକ୍ଷୀରେ ରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର‌‌ ୟୁନିକ୍ ଏବଂ ଜେନ ଏକ୍ସ ଡ଼ାଇଗୋଷ୍ଟିକ ସଂଗଠନ ପକ୍ଷରୁ “ସ୍ବାସ୍ଥ୍ୟ ଓ ପୁଷ୍କିକର” ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଅବସରପ୍ରାପ୍ତ ଆଇଏଏସ ଅଫିସର ନିରଞ୍ଜନ ସାହୁ, ରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର‌‌ ୟୁନିକ୍ ର ସଭାପତି ରୋଟାରିଆନ ଲକ୍ଷ୍ମୀକାନ୍ତ ପାଳିତ, ପ୍ରଫେସର ଡ଼ଃ ତପନ ପଣ୍ଡା, ଡ଼ଃ ଦେବାଶିଷ ରାୟ, ଡ଼ଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ମାନସିକ ସ୍ବାସ୍ଥ୍ୟ, ପୁଷ୍କିକର, ଡାଏଟ୍, ଦୈନଦିନ ଜୀବନରେ କିପରି ଭାବେ ପୁଷ୍ଟିକର ଖାଦ୍ୟ ଖାଇବା ଆଦି ବିଷୟରେ ବିସ୍ତୃତ‌ ଭାବେ ଆଲୋଚନା କରିଥିଲେ। ସେମିନାର ରୋଟାରିଆନ ଆର୍ଯ୍ୟ କୁମାରୀ ପାଣିଗ୍ରାହୀ ସ୍ବାଗତ ଅଭିଭାଷଣ ରଖିବା ସହ ରୋଟାରୀ କ୍ଳବର ସମ୍ପାଦକ ରୋଟାରିଆନ ଦେବିଦତ ଦାସ, ବି.ପି‌ ତ୍ରିପାଠୀ, ସୁନିଲ କୁମାର ରାଉତ କାର୍ଯ୍ୟକ୍ରମ ପରିଚ଼ାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.