‘ସୃଜନ ସମକାଳ’ର ନବମ କବିତା ଆସର ଅନୁଷ୍ଠିତ

● ଅତିଥି କହିଲେ, କବି ହିଁ ମାନବ ଜାତିକୁ ଏକତା ସୂତ୍ରରେ ବାନ୍ଧି ରଖେ

ବାଲେଶ୍ୱର,୨/୩:(କୃଷ୍ଣ କୁମାର ମହାନ୍ତିଙ୍କଠାରୁ) ଦୁନିଆରେ ପ୍ରେମର ବାର୍ତ୍ତା ବାଣ୍ଟିବା ହିଁ କବିର ମୁଖ୍ୟ କାମ। କବିମାନେ ଭିନ୍ନ ଭିନ୍ନ ଭାଷାଭାଷୀର ହୋଇପାରନ୍ତି, ମାତ୍ର ସବୁଠି ସେମାନଙ୍କ ଅାତ୍ମାର ଡାକ ସମାନ। ମାନବଜାତିକୁ ଭାଗ ଭାଗ କରିବା ପାଇଁ ନୁହେଁ, ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କବିମାନେ ଅଙ୍ଗୀକାରବଦ୍ଧ ହେବାର ଆବଶ୍ୟକତା ରହିଛି। ଯେତେବେଳେ ସମାଜର ସ୍ଥିତି ବିପନ୍ନ ହୋଇଉଠେ ସେତେବେଳେ କବିମାନେ ହିଁ ତାକୁ ସୁରକ୍ଷା ଦେବା ପାଇଁ ଅଣ୍ଟାଭିଡ଼ି ଆଗକୁ ବାହାରି ଅାସନ୍ତି ବୋଲି ପ୍ରଖ୍ୟାତ ଉର୍ଦ୍ଦୁକବି ଇର୍ସାଦ୍ ଆର୍ଜୁ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

୧ ତାରିଖ ଅପରାହ୍ନରେ ବହିଘର-ବିଦ୍ୟାଭାରତୀ ସଭାଗୃହ ଠାରେ ସାରସ୍ବତ ଅନୁଷ୍ଠାନ ‘ସୃଜନ ସମକାଳ’ର ନବମ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଲିକତାବାସୀ କବି ଶ୍ରୀ ଆର୍ଜୁ ଏହା କହିଛନ୍ତି। ଅନୁଷ୍ଠାନର ଆବାହକ ଅଭୟ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଆସରରେ କଲିକତାର ଅନ୍ୟତମ ବିଶିଷ୍ଟ ଉର୍ଦ୍ଦୁ କବି ଇରସାଦ ଇଜ୍-ହାରୀ ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅତିଥି ବକ୍ତା ଭାବରେ ଡକ୍ଟର ରାଧାରଂଜନ ପଟ୍ଟନାୟକ, କଲ୍ୟାଣୀ ନନ୍ଦ, କବି ତଥା ଝାଡ଼େଶ୍ୱର ଇଣ୍ଟର୍ନେସ୍ନାଲ୍ ସ୍କୁଲର ଅଧ୍ୟକ୍ଷ କାଳିକିଙ୍କର ଦାସ, ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ ଏବଂ କବି ଇନାୟତ୍ ଅଲ୍ଲି ପ୍ରମୁଖ ଯୋଗ ଦେଇଥିଲେ। କବି ଅଜିମ୍ ବାଲେଶ୍ୱରୀ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଜୁଲତା ବଳ ପ୍ରାରମ୍ଭିକ ଭଜନ ଗାୟନ କରିଥିଲେ।

ଏହି ଆସରରେ କବି ଦୀପକ ବୋଷ, ବିଦ୍ୟାଧର ସାହୁ, ପ୍ରଭାକର ସାହୁ, ସତ୍ୟରଂଜନ ସାହୁ, ଜୁମରନାଥ ପାତ୍ର, ପ୍ରବୀର କାମିଳା, ସମର ବଲ୍ଲଭ ଭୋଇ, ସଂଗୀତା ବାରିକ, ପାର୍ବତୀ ବାରିକ, ହରେରାମ ଦାସ, ଶାନ୍ତିଲତା ପଣ୍ଡା, ସୁବାସ ସ୍ବାଇଁ, ଡକ୍ଟର ରତ୍ନାକର ସ୍ବାଇଁ, ମଧୁସୂଦନ ମାଝି, ନୃସିଂହ ଚରଣ ନାୟକ, ବୀର କିଶୋର ପ୍ରଧାନ, ଜୟନ୍ତ ରଣା, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର ଏବଂ ସୁଦୀକ୍ଷା ସାହୁ ପ୍ରମୁଖ କବିତା ପାଠ କରିଥିଲେ। କବି ମଧୁସୂଦନ ମିଶ୍ର କବିତା ଗୁଡ଼ିକର ସଂଯୋଜନା କରିଥିବା ବେଳେ ପ୍ରଭୁଦତ୍ତ ମହାନ୍ତି ଆସର ପରିଚାଳନାରେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.