ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଫଳତା ନେଇ ଶିକ୍ଷା ବିଭାଗର ପ୍ରସ୍ତୁତି

କଳାହାଣ୍ଡି: ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ପାସ ଲକ୍ଷ୍ୟ ନେଇ ସ୍ଥାନୀୟ ପୋଲିସ ହାଇସ୍କୁଲରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା ଅଫିସ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବ୍ଲକର ୪୫ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ୧୮ଟି କ୍ଲଷ୍ଟରର ସିଆରସିସି ଉପସ୍ଥିତ ଥିଲେ। ବ୍ଲକର ଦଶମ ଶ୍ରେଣୀର ପାସ ହାର ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚିତ ହୋଇଥିଲା। ଏଥି ନିମନ୍ତେ ପୋଷ୍ୟ ଛାତ୍ର ଗ୍ରହଣ, ସଂଶୋଧନ କାର୍ଯ୍ୟ, ଶିକ୍ଷା ସଂଯୋଗ ଗ୍ରୁପ, ଶିକ୍ଷା ଦର୍ପଣ ସହ ପିଲାଙ୍କୁ ଯୋଡିବା ତଥା ଅଭିଭାବକଙ୍କୁ ସଚେତନ ଉପରେ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଟିପି ମେନେଜର ଉଦିତ ପ୍ରକାଶ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ନିଶଙ୍କ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସିଆରସିସି ଜୟନ୍ତ ପତି। ଶେଷରେ ଧନ୍ୟବାଦ ଦେଇଥିଲେ ଅତିରିକ୍ତ ବିଇଓ ଜୟକୁମାର ମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.