କବିତା: ଶ୍ରୀରାମ ନବମୀ

ହେ ରଘୁକୁଳ ମଣି ଅଯୋଧ୍ୟା ପତି
ମର୍ଯ୍ୟାଦା ପୁରୁଷୋତ୍ତମ
ଦଶରଥ ସୁତ କୌଶଲ୍ୟା ନନ୍ଦନ
ଶାନ୍ତ ରୂପ ତୁମେ ରାମ ।।

Omkar Vasthu
Omkar Vasthu

ଚୈତ୍ର ଶୁକ୍ଳ ନବମୀ ତିଥିରେ ଲଭିଲ
ଶୁଭ ଲଗ୍ନେ ତୁମେ ଜନମ
ସଭିଏଁ ମାତାପିତା ଭ୍ରାତା ପ୍ରଜାଜନେ
ପ୍ରଶଂସିଲେ ତୁମ କରମ ।।

Pearl dental clinic
Near Ashish Medical Store, Bhawanipatna

ପଥେ ଯାଉ ଯାଉ ଉଦ୍ଧାରିଲ ତୁମେ
ଅହଲ୍ୟାକୁ ଦେଇ ସାହା
ଶିବ ଧନୁ ଭାଙ୍ଗି ଜାନକୀ ଆଦରିଲ
ରଖିଲ ଅଯୋଧ୍ୟା ନାଆ ।।

Udyog Nursery
Udyogi Nursery

ଜ୍ୟେଷ୍ଠ ଭାଈ ଯେ ତୁମେ ଲକ୍ଷ୍ମଣଙ୍କ
ତୁମ ସରି କିଏ ଯେ ହେବ
ଜନମ ସାର୍ଥକ ହେଲା ଯେ ତୁମ
ଦୁହେଁ ଆବିର୍ଭାବ ଏକ ଭାବ ।।

ରହିଛି ଖ୍ୟାତ ଯେ ଭକ୍ତ ହନୁମାନ
ସଂସାରେ ଯେ ଦେଲେ ବାର୍ତ୍ତା
ଶ୍ରୀରାମ ଭକ୍ତ ପାଲଟିବ ହନୁମାନ ଭକ୍ତ
ସେ ହେବେ ଭକ୍ତଙ୍କ ରକ୍ଷା କର୍ତ୍ତା ।।

✍🏾ତ୍ରିନାଥ ପଟ୍ଟନାୟକ

(ଅଧ୍ୟାପକ ତଥା କବି)
ଶିକ୍ଷକ କଲୋନୀ, ଗାନ୍ଧୀ ନଗର, କୋରାପୁଟ
ମୋ:9438362172

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.