କବିତା: ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା

ପ୍ରଭୁ ବିଷ୍ଣୁଙ୍କ ରାମଙ୍କ ରୂପରେ ସପ୍ତମ ଅବତାର,
ରାମ ମନ୍ତ୍ର ଜପିଲେ ମିଳେ ପୁଣ୍ୟ, ସ୍ବାସ୍ଥ୍ୟ, ସମୃଦ୍ଧିର ଉପହାର,
ସମୃଦ୍ଧ ଭାରତ, ସର୍ବଶ୍ରେଷ୍ଠ ଇତିହାସ
ମନ୍ତ୍ର ଜପି ଜାଣିନି ଭୋକିଲା ରହୁଛି ଉପବାସ ।

ଦୁଇହଜାର ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଆସିଲେ ଭାରତ
ସମୃଦ୍ଧ ଦଳିତ, ନୀତି ଗତି ଦେଖି ହେଲେ ତାଙ୍କ ଶିଷ୍ୟ,
କ୍ଷମା, ଦୟା, ସେବା ତାଙ୍କର ଅମୃତ ବାକ୍ୟ,
ଖଣ୍ଡ ବିଖଣ୍ଡିତ ଖ୍ରୀଷ୍ଟିଆନ ସଂପ୍ରଦାୟ ଯୀଶୁଙ୍କ ଶରୀର ।

ବିଶ୍ଵ ଦରବାରରେ ଆମଠି ବେଶୀ ଭୋକିଲା,
କୁପୋଷଣ, ସାମାଜିକ ସୁରକ୍ଷା ଆମ ବୃହତ କାମ ହେଲା ।

ଆଇନ ଥାଇ ନାରୀ ଓ ଦଳିତ ନିର୍ଯାତିତ, ସୋଶିତ, ଦାଦନ,
ଜେଲ୍ ଜନସଂଖ୍ୟା ହେବ ଗୋଟିଏ ଛୋଟ ଦେଶ ସମାନ ।

ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା ଆଜି
ପଣ କରିବା କି କ୍ଷମା, ଦୟା, ସେବାର ମନ୍ତ୍ର ଜପି

ମନ୍ତ୍ର ଓ ଗୁଣର ସମାବେଶ ସବୁଦେହେ ଆଣୁ ଏ ପର୍ବ,
ପୁଞ୍ଜି ପତି ଖାଲି ନୁହଁ, ସର୍ବେ ଭବନ୍ତୁ ପୁଣ୍ୟ, ସ୍ବାସ୍ଥ୍ୟ, ସମୃଦ୍ଧ ।

ସଫଳ ହେବ ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା,
ଦଳିତ, ନିଷ୍ପେସିତ, ଭୋକିଲା ଯେବେ ସର୍ବେକ୍ଷଣରେ ହରାଇବେ ସତ୍ତା ।।

✍🏾ଡୁଇଟ୍ ଡେଭିଡ ଫିଲିପ

ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
ମୋ୯୪୩୭୧୦୪୩୦୩

OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.