କନ୍ଧମାଳରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

୨୭ ଜଣଙ୍କର ହେଲା ଶୁଣାଣି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ । ଯାହାକୁ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା ବୃନ୍ଦା ଡି, ଏସ୍‌ପି ଭିନୀତ ଅଗ୍ରଓ୍ୱାଲ୍‌, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୋମବାର ଦିନ ପ୍ରାୟ ୨୭ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି । ତେବେ କରୋନା ସଂକ୍ରମଣ ଲାଗି ଦୁଇ ବର୍ଷ ହେଲା ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ସୋମବାର ଦିନ ଆରମ୍ଭ ହୋଇଛି । କିନ୍ତୁ ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁଁ କମ୍‌ ସଂଖ୍ୟକ ଲୋକ ଆସିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.