ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କେସିଙ୍ଗା ପକ୍ଷରୁ ବାବାସାହେବଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସ୍ଥାନୀୟ ଆରଏମସି ହଲ ଠାରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ କେସିଙ୍ଗା ତରଫରୁ ବାବାସାହେବଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଧିମାନ୍ ଲୋକନାଥ ନାଗଙ୍କ AOSCF ସଭାପତିତ୍ବରେ ମୁଖ୍ୟ ଅତିଥି ଧିମାନ ଗଣେଷ ତାଣ୍ଡି ,ବାଦିପଡା,ଅବସର ପ୍ରଧାନ ଶିକ୍ଷକ ତଥା ସମାଜସେବୀ, ମୁଖ୍ୟ ବକ୍ତା ଧିମାନ ପ୍ରମୋଦ ନାଏକ ,ଉତ୍କେଲା,ଶାଖା ପ୍ରବନ୍ଧକ,ନୁଆପଡା ଏସ୍ ବି ଆଇ ,ଧିମାନ୍ କ୍ଷେତ୍ର ସେନାପତି ତୁଣ୍ଡଲା, କୃଷି ବିଭାଗର କର୍ମଚାରୀ ଓ ସମାଜସେବୀ,ଧିମାନ୍ ଲବ କରୁଆଁ କୋକୋମୁଣ୍ଡା ସାମାଜିକ ପରିବର୍ତ୍ତନର ବାର୍ତ୍ତା ବାହକ, ମୁଲନୀବାସୀର ବରିଷ୍ଠ କର୍ମକର୍ତ୍ତା, ଧିମାନ୍ ବିଭିଷଣ ନାଏକ ଜିଲ୍ଲା ଉପ ସଭାପତି AOSCF, ଧିମତୀ ବିଜୟା ସ୍ବର୍ଣ୍ଣ ମହିଳା ମୁଖ୍ୟା AOSCF, ଧିମାନ୍ ସନ୍ତୋଷ ମଂଗରାଜ୍ ଏନ୍ଏ ସି ସମ୍ପାଦକ AOSCF ଧିମାନ୍ ଗୋପାଳ ନାଏକ,ରେଲ କର୍ମଚାରୀ କନ୍ତେଶିର ଏକ ନଂ ଯୋନ୍ ସଭାପତି, ସମସ୍ତଙ୍କ ମଞ୍ଚାସିନରେ ଧିମାନ୍ ଜଗନ୍ନାଥ ସୁନା ଦୁଇ ନଂ ଯୋନ୍ ସମ୍ପାଦକ ଓ ଧିମାନ୍ କୃଷ୍ଣ ନାଗ୍ ଆଇନ୍ ସହାୟତା କ୍କଂ ମିଲିତ ମଞ୍ଚ ପରିଚାଳନାରେ । ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦ୍ବିପପ୍ରଜ୍ବଳନ ସହ ଧିମାନ୍ ଗୀରୀଜା ବେହେରା ଶିକ୍ଷାବିତ୍, ତ୍ରୀଶରଣ ପଞ୍ଚଶିଳ ପଠନ କରିଥିଲେ । ଉକ୍ତ ଜନ୍ମ ଜୟନ୍ତୀ ଅବସରରେ କେସିଙ୍ଗା ବ୍ଳକ ଓ ଏନ୍ଏସିର ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଫେଡେରେସନ୍ ତରଫରୁ ଜୟପ୍ରକାଶ ଜାଲ, ତେଜ ବେହେରା, ସୁଜନ ଛତ୍ରିଆ, ଦୁଃଖି କୁମାର୍ , ତ୍ରିନାଥ ନାଏକ, ବଲଦେବ ହରପାଲ୍ , ସତ୍ୟାନନ୍ଦ ନାଗଙ୍କ ଉପସ୍ଥିତରେ ବ୍ଳକର ନୂତନ ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ,ଏନ୍ଏସି କାଉନସିଲର୍ ଓ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ନୁତନ ଭାବରେ ବ୍ଳକ ଓ ଏନ୍ଏସି ସଦସ୍ୟ ବୃନ୍ଦ ଅଲ୍ ଓଡିଶା ସିଡ୍ୟୁଲକାସ୍ଟ ଫେଡେରେସନରେ ଯୋଗ ଦେଇ ଆଗାମୀ ଦିନରେ ଆହୁରି ଏକ ବୃହତ ସାମାଜିକ ସଂସ୍କାର ଓ ଫେଡେରେସନକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ । ଜୋନ୍ ସଭାପତି, ସମସ୍ତ ପଞ୍ଚାୟତ ର ସଭାପତି, ତଥା ଧିମାନ୍ ସୁନିଲ ବିଶି, ବୈଲୋଚନ୍ ଟାକ୍ରି , ମନୋଜ ବାଗ୍, ଜ୍ୟୋତି , ଗଜାନନ ନାଏକ, ଅଭିମନ୍ୟୁ ବିଶି ସମସ୍ତେ ଉପସ୍ଥିତ ରହିଥିଲେ । ଏଥିରେ କେସିଙ୍ଗାର ଯୁବ ସାଥି ଗଣ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇ ଜନ୍ମ ଜୟନ୍ତୀର କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.