ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଲାଞ୍ଜିଗଡ଼ ଓ ମ.ରାମପୁର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସତରବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ବିଦ୍ୟାଳୟ ସ୍ତରର ଛାତଛାତ୍ରୀଙ୍କ ମଧ୍ୟରେ ଏହା ଆୟୋଜିତ କରାଯାଉଥିଲା। ଫାଇନାଲ ମ୍ୟାଚ ବାଳକ ବିଭାଗରେ ଲାଞ୍ଜିଗଡ଼-କୋକସରା ବ୍ଲକ ଖେଳିଥିବା ବେଳେ ଲାଞ୍ଜିଗଡ଼ ବିଜୟୀ ହୋଇଥିଲା। ସେହିପରି ବାଳିକା ବିଭାଗରେ ମ.ରାମପୁର-ନର୍ଲା ମଧ୍ୟରୁ ମ.ରାମପୁର ବିଜୟୀ ହୋଇଥିଲା। ଚାମ୍ପିଅନ୍ ଓ ରନର୍ସ ଅପ ଦଳମାନଙ୍କୁ ଅତିଥିମାନେ ଟ୍ରଫି, ସାର୍ଟିଫିକେଟ ଓ ଜର୍ସି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ବାଳକ ବିଭାଗରେ ପଙ୍କଜ ଦୋରା ଓ ବାଳିକା ବିଭାଗରେ ଲକ୍ଷ୍ମୀ ଭୋଇଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲକୁ ଫୁଟବଲ ବଣ୍ଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଯୋଗଦେଇଥିବାବେଳେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର। ସଭା ସଂଯୋଜନା କରିଥିଲେ ହେମନ୍ତ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇପିଇ ମହେନ୍ଦ୍ର ପଣ୍ଡା।

Omkar Vasthu
Omkar Vasthu

ସାତଦିନ ଧରି ଆୟୋଜିତ ହେଇଥିବା ଏହି ଖେଳରେ ୧୩ଟି ବାଳକ ଓ ୭ଟି ବାଳିକା ଦଳ ଅଂଶଗ୍ରହଣ କରିଥିଲେ। ଖେଳ ପରିଚାଳନା କରିଥିଲେ ରେଫରି ନବୀନ ନାଏକ, ଜିତେନ୍ଦ୍ର ରଥ, ନାରାୟଣ ପ୍ରଧାନ, ଜୁବିନ ଲହଜଲ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷାନନ୍ଦ ନାଏକ, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ, ସୌମ୍ୟ ଛତ୍ରିଆ, ପ୍ରିୟଙ୍କା ବିଶି। ଏଥିରେ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଡିଇଓ ଅଫିସରୁ ଟଂକଧର ସାହୁ, ଜିତେନ୍ଦ୍ର ମୁଣ୍ଡ, ମୋ ସ୍କୁଲ ସଂଯୋଜକ ସୁକାନ୍ତ ସାହୁ, ବୋର୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ, ସରିଆଁ ସିଆରସିସି ସୁଧୀର ଧଙ୍ଗଡାମାଝୀ, ଜନଜାତି ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା, ପିଇଟି ସୁବାସ ଚନ୍ଦ୍ର ନାଗ, ବୃଷଧ୍ୱଜ ବୁଦ୍ଧିଆ, ସୁଶାନ୍ତ ପଣ୍ଡା, ରାମ ପ୍ରଧାନ, ନିର୍ମଳ ପ୍ରଧାନ, ରୂପସିଙ୍ଗ ରାଉତ, ମନୋଜ ଦାଶ, ମୁରଲୀ ଦୀପ, ମିଲନ କୁମାର, ନମିତା ରଣା, ତୁନେଶ୍ୱର ସା, ଅନୁପ ଦାସ, ଅଶ୍ୱିନୀ ସାହୁ, ସୁନୀଲ ନାଏକ, ଚିତ୍ତରଞ୍ଜନ ବାରିକ, ଆଲୋକ ବେହେରା, ସୁନିତା ଦାଶ, ଶ୍ରବଣ ଜାଲ, ଅଭିଷେକ ଛତ୍ରିଆ, ଅମିତ ମହାନ୍ତି, ବିଭୂତି ପ୍ରଧାନ, ଯୋଗେନ୍ଦ୍ର ଛତ୍ରିଆ, ଟଙ୍କ ମହାଳିକ, ସଞ୍ଜୟ ମିଶ୍ର, ବାଳଗୋପାଳ ସେବା ନିକେତନର ଘୁମୁରା ଓ ସ୍କାଉଟ, ମାଣିକେଶ୍ୱରୀ ହାଇସ୍କୁଲର ବ୍ୟାଣ୍ଡ, ସରକାରୀ ବାଳିକା ହାଇସ୍କୁଲର ଗାଇଡ଼ ଓ ଷ୍ଟାଡିୟମ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.