ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଶାନ୍ତପୁର ସେକ୍ସନର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏନେଇ ବିଦ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଲୋକନାଥ ସା, ସମ୍ମାନିତ ଅତିଥି ଭାବେ ବନପାଳ ଭବାନୀ ଶଙ୍କର ପରିଚ୍ଛା, ବନରକ୍ଷୀ ଇନ୍ଦୁଭୂଷଣ ଧ.ମାଝୀ, ବନରକ୍ଷୀ ତୁଳସୀ ସ୍ୱାଇଁ, ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର ପ୍ରମୁଖ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼, ସୁବାସ ଚନ୍ଦ୍ର ନାଏକ, ରୋମାଞ୍ଚଳ ବାଗ ଏବଂ ପ୍ରକୃତି ବନ୍ଧୁ ମିଲନ କୁମାର ଭୋଇ ଉପସ୍ଥିତ ଥିଲେ।




