ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଖଲ୍ଲିକୋଟ ଶାଖା ତରଫରୁ ଖଲ୍ଲିକୋଟ ବ୍ଲକର ତିନି ଜଣ ଅବସରପ୍ରାପ୍ତ ଶିକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭା ସଂଘର ଉପଦେଷ୍ଟା କ୍ଷିତୀଶ କୁମାର ଦାଶ ଓ ଉପସଭାପତି ପ୍ରଦ୍ୟୁମ୍ନ ଦଳବେହେରା, ସମ୍ପାଦକ ସୁରେନ୍ଦ୍ର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଭିକାପାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ବେହେରା, ବଳନ୍ତର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଲକ୍ଷ୍ମୀ ମହାରଣା ଓ ଭରସା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା କୁମାରୀ ଶତପଥୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ପରେ ବିଦାୟୀ ଶିକ୍ଷକମାନେ ସେମାନଙ୍କ ଅଭିଜ୍ଞତା ବଖାଣି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଆଚାର୍ଯ୍ୟ, ଶିବରାମ ଜେନା, ବିଦ୍ୟୁତପ୍ରଭା ଦାଶ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.