ପଞ୍ଚରଥ ମନ୍ଦିରରେ ପଶିଲା ନର୍ଦ୍ଦମା ପାଣି; ବନ୍ଦ ରହିଲା ନୀତିକାନ୍ତି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ହାର୍ଟ କୁହାଯାଉଥିବା ବସଷ୍ଟାଣ୍ଡ ପାଖ ପଞ୍ଚରଥ ମନ୍ଦିର ଶୈବ ପୀଠର ଗେଟରେ  ଶ୍ରାବଣ ସୋମବାରରେ ଡ୍ରେନ ପାଣି ପଶି ଥିବାରୁ ପ୍ରଭୁଙ୍କ ଉପର ବେଳା ନୀତିକାନ୍ତି ବନ୍ଦ ହୋଇ ଯାଇଥିବା ଜଣାପଡିଛି l ଦୀର୍ଘ ଦିନରୁ ମନ୍ଦିରର ଅନେକ ଅଭିଯୋଗ ହେବା ସତ୍ୱେ ପୌର ତଥା ଜ଼ିଲ୍ଲା ପ୍ରଶାସନ ଆଦୌ କର୍ଣ୍ଣପାତ କରୁ ନ ଥିବାରୁ ସହରର ବୁଦ୍ଧିଜୀବୀ ଓ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଘୋର ଆସନ୍ତୋଷ ସୃଷ୍ଟି ହୋଇଛି l ଏବଂ ଏ ଘଟଣାରେ  ବାହାରୁ ଆସିଥିବା କିଛି ପର୍ଯ୍ୟଟକ ଦେଖି ସ୍ଥାନୀୟ ପ୍ରଶାସନକୁ ନିନ୍ଦା କରିଛନ୍ତି l ପ୍ରକାଶ ଯୋଗ୍ୟ ଯେ ଏହି ମନ୍ଦିରଟି ବହୁ ବର୍ଷ ଆଗରୁ ସ୍ଥାନୀୟ ପୌର ପ୍ରଶାସନର ତତ୍ତ୍ଵାବଧାନରେ ରହି ଆସିଛି ଓ ମନ୍ଦିର ଚତୁର୍ପାଶ୍ଵରେ ଥିବା ସମସ୍ତ ଷ୍ଟଲ ମାନଙ୍କରୁ ପୌର ପ୍ରଶାସନ ଭଡା ଆଦାୟ କରିଥାଏ ସିନା ହେଲେ ମନ୍ଦିର ଟି ଉପରେ କେବେ ଧ୍ୟାନ ଦେଇନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.