ଲାଂଜିଗଡରେ କାଳବୈଶାଖୀର ତାଣ୍ଡବ : ଅଧିକ କ୍ଷତିଗ୍ରସ୍ଥ ଗୋବର୍ଧନପୁର ପଞ୍ଚାୟତ ଅଞ୍ଚଳ

ଲାଞ୍ଜିଗଡ,୨୧/୫ : ଆଜି କାଳବୈଶାଖୀ କରାଳ ରୂପ ଦେଖିଛି କଳାହାଣ୍ଡି । ଏହାର ପ୍ରଭାବରେ ବ୍ଲକର ଅନେକ ସ୍ଥାନରେ ଝଡ ତୋଫାନ ସହ କୁଆପଥର ମାଡ ହୋଇଛି । ଲାଂଜିଗଡ ବ୍ଲର କେତେକ ଅଞ୍ଚଳରେ କାଳବୈଶାଖୀ ତା’ର ଭୟଂକର ଋପ ଦେଖାଇଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୋବର୍ଧନପୁର ପଞ୍ଚାୟତ ସବୁଠାରୁ ବେସି କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଛି । ରାମଚନ୍ଦ୍ରପୁର ଗାଁର ନରହରି ହରିଜନଙ୍କ ଘର ସହ କେତେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଲୋକଙ୍କ ଘରର ଛପର ଉଡିଯାଇଛି ।

Udyog Nursery
Udyogi Nursery

ଏହାସହ ଅନେକ ଗଛ ଭାଙ୍ଗିପଡିଛି । ପ୍ରବଳ କୁଆପଥର ବର୍ଷା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ପ୍ରବଳ କୁଆପଥର ମାଡରେ ଶହ ଶହ ଏକର ଧାନକ୍ଷେତ ନଷ୍ଟ ହୋଇଥିବା ଜଣାଯାଇଛି ।  

 

ଲାଂଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେସ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.