ଏମସିଏସ ସଂଘର ଜରୁରୀ କାଳୀନ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଠାରେ ମାଳତି ଚୌଧୁରୀ ଶିକ୍ଷକ (ଏମସିଏସ) ସଂଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେବିକେ ସଂପାଦକ ମଣିରାମ ଶବର, ଜିଲ୍ଲା ଉପଦେଷ୍ଟା ଚକ୍ରଧର ବେଶ୍ରା ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏନପିଇଜିଇଏଲ ଯୋଜନା ଅଧୀନରେ ମାଳତି ଚୌଧୁରୀ ଆଦର୍ଶ କେନ୍ଦ୍ର ବିଦ୍ୟାଳୟ ଅଧୀନରେ ସମଗ୍ର କେବିକେ ଜିଲ୍ଲାର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାର୍ଟ ଟାଇମ ଓ ରିମିଡ଼ିଆଳ ଶିକ୍ଷକ ଭାବେ ୨୦୦୫-୦୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ।ଗ୍ରାମ୍ୟ ଶିକ୍ଷା କମିଟି ଓ ସଂକୁଳ ସ୍ତରୀୟ କମିଟିର ଅନୁମୋଦନ କ୍ରମେ ନିଯୁକ୍ତି ପାଇ ସକାଳ ୧୦ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ମାତ୍ର ୫୦୦ ଟଙ୍କାରେ ଶିକ୍ଷାଦାନ କରି ଶିକ୍ଷକ ଅଭାବକୁ ପୂରଣ କରୁଥିଲେ। ମୁଖ୍ୟସ୍ରୋତରେ ସମତୁଲ୍ୟ ଶିକ୍ଷା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ। ୨୦୧୧ ମସିହାରୁ ଛଟେଇ ହେଲା ପରେ ବିଭିନ୍ନ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଓ ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ।‌‌ ହେଲେ ଏମାନଙ୍କୁ ନାଁ ଶିକ୍ଷକର ପରିଚୟ ମିଳିଲା ନା ପୁନଃ ନିଯୁକ୍ତି, ଫଳରେ ଏମସିଏସ ଶିକ୍ଷକମାନେ ବେକାରୀ ସମସ୍ୟା ସହ ଜୁଝି ଦୁର୍ଦିନରେ ପରିବାର ପ୍ରତିପୋଷଣ କରୁଛନ୍ତି। ଆଗାମୀ ଦିନରେ ଶିକ୍ଷକ ପରିଚୟ ସହ ପୁନଃ ନିଯୁକ୍ତି ପାଇଁ ସଂଘ ଜୋରଦାର ଲଢେଇ କରି ନିଜ ଅଧିକାର ହାସଲ ପାଇଁ ଚେଷ୍ଟା କରିବେ ବୋଲି ବ୍ଲକ ସଂଘର ଲମ୍ବୋଦର ଗୋପାଳ, ରୁକଧର କେତକୀ, ମଧୁସୂଦନ କଟା, ଲୋକନାଥ ସୋରି, ବନୁ ମାଝୀ, ଖିରୋଦ କୁମାର ନାଏକ, ଋଷିମଣି ଳଦୁଆ, ବଳଦେବ ମାଝୀ, ଧର୍ମରାଜ ଗୋପାଳ, ବିକ୍ରମ ନାଏକ, ଭରତ ପୂଝାରୀ, ଝିଲି ପ୍ରଧାନୀ, ଗୀତାଞ୍ଜଳି ଗୋପାଳ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ। ବସନ୍ତ ନାଗ ସଭାଟିକୁ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.