ତୁମ ପାଇଁ ଏଇ ଚିଠି
ଲେଖିଛି ହାତକୁ କାଟି
ରକତର ଛିଟା ନେଇ
ତୁମକୁ ପାଇବା ପାଇଁ ।୧
ଅବୁଝା ହେବନି ସାଥୀ
ମନ ଚାହେଁ ତୁମ ପ୍ରୀତି
ଏକା ଏକା ଲାଗେ ନିତି
କେମିତି କାଟିବି ରାତି ।୨
ଧଳା ରଙ୍ଗ କାଗଜରେ
ସୁଗନ୍ଧ ଅତର ନେଇ
ତୁମରି ବାଟକୁ ଚାହିଁ
ଲେଖିଛି ମୁଁ ରହି ରହି ।୩
ବିରହରେ ହସେ ନିତି
ଅପେକ୍ଷା ତୁମରି ସାଥୀ
ଆସିବ କି ଚୁପି ଚୁପି
ଦେବ ମିଠା ଅନୁଭୂତିି । ୪
ପ୍ରେମ ରଙ୍ଗ ଦେହେ ବୋଳି
ଖେଳିବ କି ସାଥୀ ହୋଲି
ପାରିବିନି କେବେ ଭୁଲି
ଆସ ପ୍ରିୟା ଥରେ ଚାଲି ।୫
ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇