ଅବ୍ୟବସ୍ଥା ଘେରରେ ମାଲପଡା ଷ୍ଟେଟ ବ୍ୟାଙ୍କ ଏଟିଏମ : କେବେ ହେବ ବ୍ୟବସ୍ଥାରେ ସୁଧାର 

ବଲାଂଗିର,୨୫/୫ : ସହରର ମାଲପଡା ରାମଜି ମନ୍ଦିର ନିକଟସ୍ଥ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରାଜିଣ୍ଣ ଅବସ୍ଥା ପଡି ରହିଛି। ଏହି ଏଟିଏମ ଉପରେ ଆଖପଖ ର ଶତାଧିକ ଲୋକେ ଭରସା କରିଥାନ୍ତି। ତେବେ ଏଥିରେ ଲୋକ ନାହିଁ ନ ଥିବା ଅସୁଭିଧାର ସମ୍ମୁଖିନ ହେଉଛନ୍ତି।

ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଏଟିଏମ ଟି ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡି ରହିଛି ଏବଂ ଏଥିକେ କୌଣସି ପ୍ରକାର ସୁବନ୍ଦୋବସ୍ଥା ହେଉନି, ନାଁ ଜଗୁଆଳି ଅଛି ନାଁ ଏହାର ରକ୍ଷଣାବେକ୍ଷଣ ହେଉଛି। ଯାହାକୁ ନେଇ ଆଜି ଏଭଲି ପରିସ୍ଥିତି ଉପୂଜୁଛି। ଏହି ଏଟିଏମ ସେବା କେନ୍ଦ୍ରରେ ଥିବା ବିଦ୍ୟୁତ ତାର ଗୁଡିକ ଛିଣ୍ଡି ଯାଇଛି ଏବଂ ଏଠିକାର ବସବାସ କରୁଥିବା ଲୋକଙ୍କ ପାଇଁ ବିପଦ ଜନକ ଅବସ୍ଥା ସୃଷ୍ଟି କରିଛି। କେତେବେଳେ କୋଉ ଲୋକଙ୍କ ଦେହରେ ଲାଗିଯିବ ସେଥିପ୍ରତି କାହାରି ନଜରରେ ନାହିଁ।

ଦୁଇ ଦିନ ବିତିଯାଇଥିବା ଏହି ଏଟିଏମ କେନ୍ଦ୍ର ଏପ୍ରଯନ୍ତ ମରାମତି ହୋଇନିକି ବ୍ୟାଙ୍କ ବାବୁ ମାନଙ୍କ ନଜର ମଧ୍ୟ ପଡୁନି। ଯାହା ଲୋକେ ସିଧାସଳଖ ଅଭିଯୋଗ ଆଣୁଛନ୍ତି ଯଦି ଏହାର ମରାମତି ଯଥାଶୀଘ୍ର ନହୁଏ ତାହେଲ ଲୋକେ ଏହି ଏଟିଏମ କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେବେ।

ବଲାଂଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.