ଅଂଶୁଘାତରେ ୬୯ ବର୍ଷୀୟ ବୃଦ୍ଧା ମୃତ

ଖଇରା,୨୫/୫: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତର ଜଳଙ୍ଗଗଣ୍ଡିବେଡ ଗ୍ରାମର ଅଂଶୁଘାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରୁ ଜଣାଯାଇଛି ଉକ୍ତ ଗ୍ରାମର ଅଗଣୀ ଶଙ୍ଖୁଆ(୬୯)ଗତକାଲି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ହାଲିଆ ହୋଇପଡିଥିଲେ । ଗରମ ଯୋଗୁଁ ତଣ୍ଟି ଶୁଖିଯାଉଥବାରୁ ଥଣ୍ଡାପାଣି ପିଇବା ପାଇଁ ନିଜ ଘର ନଳକୂପ ପାଖକୁ ଯାଉଥିବା ବେଳେ ତଳେ ପଡିଯାଇ ଚେତା ଶୂନ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ୧୦୮ ଯୋଗେ ଭଦ୍ରକ ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ସେଜଣେ ଅତ୍ୟନ୍ତ ଗରିବ ଲୋକଥିଲେ । ସରକାରଙ୍କ ଠାରୁ ଭତ୍ତା ମଧ୍ୟ ପାଉଥିଲେ । ତାଙ୍କର ସ୍ୱାମୀ ମଧ୍ୟ ଆଗରୁ ମୃତ୍ୟୁ ବରଣ କରିସାରିଛନ୍ତି । ତାଙ୍କର ୨ପୁତ୍ର ଓ ନାତୀ ନାତୁଣୀ ମିଶି ୫ଜଣ ଅଛନ୍ତି । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସରକାରୀ ସହାୟତା ଯୋଗାଇ ଦେବାପାଇଁ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଦାସ ସରକାରଙ୍କୁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.