ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାଟକୁମରଡ଼ାରେ ନବମ ପ୍ରତିଷ୍ଠା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାଟକୁମରଡ଼ାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର  ନବମ ପ୍ରତିଷ୍ଠା ଦିବସ (ସ୍ଟାର୍କ -୨୦୨୩) ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ପୁରୁଷୋତ୍ତମପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ରାଜଗୋପାଳ ରାଓ, ସମ୍ମାନିତ ଅତିଥ୍ୟ ଭାବେ  ପ୍ରଫୁଲ୍ଲ କୁମାର ରଥ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ  ସନ୍ତୋଷ କୁମାର ମହାପାତ୍ର ସ୍ବାଗତ ସମ୍ଭାଷଣ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ନିଜର ସମ୍ଭାଷଣରେ, କିପରି ଭଲ ମଣିଷ ହୋଇ, ଭଲ କାମ କରି ଭବିଷ୍ୟତରେ ଏକ ସୁସ୍ଥ ସମାଜ ଗଠନ କରିପାରିବ ତାହା ବିଦ୍ୟାର୍ଥୀ ମାନଙ୍କୁ ବ୍ୟକ୍ତି କରିଥିଲେ। ବିଦ୍ୟାର୍ଥୀମାନେ କିପରି ନିଜର ଚରିତ୍ର ଗଠନ କରି ଭଲ ମଣିଷ ହେବେ ଓ ସମାଜରେ ପ୍ରତିଷ୍ଠିତ ହେବା ସହ ସମାଜକୁ ଦିଗ୍ ଦର୍ଶନ ଦେବେ ସେ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ମୁଖ୍ୟ ଅତିଥ୍ୟ ମହୋଦୟ। ପ୍ରଫୁଲ୍ଲ ରଥ ଦେଶପ୍ରେମ ଜାଗୃତି ସମ୍ବନ୍ଧରେ ବିଦ୍ୟାର୍ଥୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ମଞ୍ଚକୁ ପରିଚାଳନା କରିଥିଲେ ସୁଶ୍ରୀ ରୋଜି ମିଶ୍ର ଏବଂ ପରିଶେଷରେ ଅଙ୍କିତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.