କିଓସ୍କ ଏଜେଣ୍ଟଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୦ ହଜାର ନଗଦ ଟଙ୍କା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଜଣେ କିଓସ୍କ ଏଜେଣ୍ଟ ଠାରୁ ଦୁର୍ବୁତ୍ତମାନେ ପିସ୍ତଲ ଦେଖାଇ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ କରିଥିବା ସଇଁତଲା ଥାନାରେ ଅଭିଯୋଗ ହୋଇଛି l ଏ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଆରମ୍ଭ ଚଳାଇଛି l ପ୍ରକାଶ ଯେ ଜଳିଆ ଦର୍ହ ଗାଁର ଜୟରାମ ସାହୁ ନିଜ ବାଇକ ଯୋଗେ କନ୍ଦକେଲଗାଁ ଠାରେ ଏକ କିଓସ୍କ ବ୍ୟାଙ୍କ ଖୋଲିଛନ୍ତି l ସେ ପ୍ରତି ଦିନ ଭଳି ସକାଳ ୮ ଘଣ୍ଟା ସମୟରେ ଯାଉଥିବା ବେଳେ ବାଟରେ ଥିବା ଏକ ସାଗୁଆନ ବୁରେଠାରେ ପୂର୍ଵରୁ ଜଗି ରହିଥିବା ୩ ଜଣ ଦୁର୍ବୁତ୍ତ ପିସ୍ତଲ ଦେଖାଇବା ସହ ଏକ ଠେଙ୍ଗା ଦ୍ୱାରା ଭୟଭୀତ କରି ବ୍ୟାଗରେ ଥିବା ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇ ଥିବା ଜୟରାମ ସଇଁତଲା ଥାନାରେ ଅଭିଯୋଗ କରିଛନ୍ତି l ଏ ନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଏକ ପୋଲିସ ଟିମ ଘଟଣାସ୍ଥଳକୁ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ଚଲାଇଥିବା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.