ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମହଗାଁ ସ୍ଥିତ ସୁନାମୁଖି ଶାନ୍ତି ବନକୁ ସବୁଜ ବଳୟ କରିବା ପାଇଁ ସଂକଳ୍ପ ନେଇଛନ୍ତି ଅଞ୍ଚଳବାସୀ। ମହଗାଁର ବିଶିଷ୍ଟ ବ୍ୟକ୍ତି ଅନିରୁଦ୍ଧ ହରିଜନ ଓ ବୈଷ୍ଣବ ଶବରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମାନଙ୍କ ନେତୃତ୍ୱରେ ଏଠାରେ ଚାଲିଛି ବୃକ୍ଷରୋପଣ। ପବିତ୍ର ବିଶ୍ଵକର୍ମା ପୂଜା, ଗଣେଶ ଚତୁର୍ଥୀ ଓ ନୂଆଖାଇ ଉପଲକ୍ଷେ କଳାହାଣ୍ଡି ଜିଲ୍ଲାସାରା ଉତ୍ସବର ମାହୋଲ ଥିବାବେଳେ ସୁନାମୁଖି ଶାନ୍ତି ବନରେ ଆୟୋଜିତ ହୋଇଥିଲା ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ। ପଡୋଶୀ ସରିଆଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାଷ୍କର ଭୋଇ ଓ ପୂର୍ବତନ ସରପଞ୍ଚ ଜନନୀ ଭୋଇ, କୁଣ୍ଡାବନ୍ଧ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, କେସିଙ୍ଗା ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟା ସୁନିତା ଶବର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବାସହ ଉପସ୍ଥିତ ପ୍ରକୃତିପ୍ରେମୀ ଓ ସୁନାମୁଖି ଶାନ୍ତି ବନ କମିଟିର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ନାଟ୍ୟଗୁରୁ କେଶରୀ ଶବର, ପୂର୍ବତନ ସମିତି ସଭ୍ୟ ଗଜିନ୍ଦ୍ର ଶବର, ଦେବାର୍ଚ୍ଚନ ଶବର, ଭୋଲେନ ଶବର, ଚମରୁ ଶବର, ଜୟଦେବ ଶବର, ଭୋଦେବ ଶବର, ବରୁଣ ଭୋଇ, ଭାସ ଶବର, ଅଭି ଶବର, ରମେଶ ଶବର, ତରୁଣ ଶବର, ଡମ୍ବରୁଧର ଶବର, ଅରବିନ୍ଦ ଶବର, କୃପା ଶବର, ଦୟା ଶବର, ଜୟଦେବ ଶବର, ଧସ କେତନ ଗଉଡ, ଅବସର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ଶବର, ଜାମଯୋରର ବିଦ୍ୟାଧର ଶବର, ଗୋକୁଳେଶ୍ବର ସରପଞ୍ଚ କେଶୁଲାଲ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ମହଗାଁବାସୀ ଏହି ବୃକ୍ଷରୋପଣ ପାଇଁ ଘରପିଛା ଚାନ୍ଦା କରିଥାନ୍ତି। ଏହାସହ ଅଞ୍ଚଳର ବଦାନ୍ୟ ବ୍ୟକ୍ତିମାନେ ମଧ୍ୟ ଆର୍ଥିକ ସହଯୋଗ କରିଥାନ୍ତି, ଯାହା ଫଳରେ ଗତ କିଛି ବର୍ଷ ତଳେ ଶ୍ରୀହୀନ ହୋଇ ଯାଇଥିବା ସୁନାମୁଖି ଶାନ୍ତି ବନ ପୁଣି ଥରେ ସବୁଜିମାରେ ଭରପୁର ହେବାକୁ ଲାଗିଛି। ଏଣୁ ପ୍ରକୃତିପ୍ରେମୀ ମାନେ ମହଗାଁ ଗ୍ରାମବାସୀମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।