ମନ୍ତ୍ରୀଙ୍କ ଦ୍ୱାରା ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଓ ଏସଏଚଜି ଗ୍ରୁପଙ୍କୁ ଋଣ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜେନ୍ଦ୍ର ନାରାୟଣ ଷ୍ଟାଡିୟମ ଠାରେ  ଗାଈ ଗୁହାଳ କାର୍ଯ୍ୟଦେଶ ଓ ମଧୁବାବୁ ପେନସନ ଯୋଜନା ଓ ଏସଏଚଜି ମହିଳାମାନଙ୍କୁ ରଣ ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଜଳ ସମ୍ପଦ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ସରକାର ଲୋକାଭିମୁଖୀ ଯୋଜନାର ବିଭିନ୍ନ ପ୍ରକାଶ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ l ଏଥିରେ ସଇଁତଲା ତହସିଲଦାର ମାନସଫିଲ କେରକେଟା, ସିଡ଼ିପିଓ ସବିତା ଦାସ, ଜିଲ୍ଲା ପରିଷଦ ସଦସ୍ୟ ହିମାଂଚଳ ବୁଡ଼େକ, ସରପଞ୍ଚ ପୋରୁଷତ୍ତମ କଲତା , ଓମଫେଡ଼ ମେନେଜର ଡା. ରଜନୀ କାନ୍ତ ପଣ୍ଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁକୁରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ପରିଚାଳନା କରିଥିଲେ l ଏହି ବୈଠକ ୩୩୦ ଗୋଟି ମହିଳା ସ୍ୱୟଂ ସହାୟିକା ଦଳକୁ ୮ କୋଟି ୧୦ ଲକ୍ଷ ୫୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ୧୦୦ ଜଣ ଦୁଗ୍ଧ ଚାଷୀ ଙ୍କୁ ଗାଈ ଗୁହାଳ କାର୍ଯ୍ୟଦେଶ ବଣ୍ଟନ କରିଥିଲେ l ସେହିପରି ୨୫୩ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଚେକ ବଣ୍ଟନ କରିଥିଲେ l ଏହି କାଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ ଭୋଇ , ସଇଁତଲା ଏପିଓ ବନଜାବାସିନୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ମିଶନ ଶକ୍ତି ବିଭାଗର ବିଏଲସି ସୁଧାଂଶୁ ଶେଖର ବଚ୍ଛା, ଝୁଲଣା ବାଗ, କିରାଣୀ ସଂଗ୍ରାମ ମିଶ୍ରଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବ୍ୟାଙ୍କ ମେନେଜର, ଏମବିକେ, ସିଆରସିପିଏମ ଓ ବିଭିନ୍ନ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.