ଭାରତର ଜି ୨୦ ଅଧ୍ୟକ୍ଷତା ଉପରେ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’ କୁ ଉନ୍ମୋଚନ କଲେ ସଚୀବ ଅପୂର୍ବ ଚନ୍ଦ୍ର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ନୂଆଦିଲ୍ଲୀଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଏକ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକରେ ଭାରତର ଜି-୨୦ ଅଧ୍ୟକ୍ଷତାର ସମ୍ପୂର୍ଣ୍ଣ ଯାତ୍ରାକୁ ଉପସ୍ଥାପିତ କରାଯାଇଛି। ଏହି ପୁସ୍ତକରେ ତିନୋଟି ଭାଗ ରହିଛି, ପ୍ରଥମ ଭାଗରେ ସେପ୍ଟେମ୍ବର ୯ ରୁ ୧୦, ୨୦୨୩ ମଧ୍ୟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭବ୍ୟ ଜି-୨୦ ଶିଖର ସମ୍ମିଳନୀ ସମ୍ପର୍କିତ ସମସ୍ତ ବିବରଣୀ ରହିଛି। ଏହି ପୁସ୍ତକରେ ଜି-୨୦ର ଢାଞ୍ଚା ଓ କାର୍ଯ୍ୟକାରିତା ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହି ଗୋଷ୍ଠୀର ଭାରତର ଅଧ୍ୟକ୍ଷତାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ଭାଗରେ ଶେର୍ପା ଏବଂ ଫାଇନାନ୍ସ ଟ୍ରାକ୍ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ଏବଂ ଅଧ୍ୟକ୍ଷ ଭାବେ ଭାରତ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଗତ ଏକ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଅନୁଷ୍ଠିତ ହୋଇଥିବା ନିୟୋଜିତ ଗୋଷ୍ଠୀର ବୈଠକ ଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଛି। ଇ-ପୁସ୍ତକର ଶେଷ ଭାଗରେ ଗତ ବର୍ଷ ସାରା ଦେଶରେ ଆୟୋଜିତ ଜନ- ଭାଗିଦାରୀ କାର୍ଯ୍ୟକ୍ରମର ଏକ ଫଟୋ ପ୍ରବନ୍ଧ ଉପସ୍ଥାପିତ ହୋଇଛି ଯାହା ଭାରତର ଜି-୨୦ ଅଧ୍ୟକ୍ଷତାକୁ ଏକ ଜନ-କ୍ଷମତାସମ୍ପନ୍ନ ଆନ୍ଦୋଳନରେ ପରିଣତ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.