ପୂର୍ବଖଣ୍ଡ ୩୪ ଖଣ୍ଡ ତାଲୁକା ବିଶ୍ବକର୍ମା ସମାଜ ତରଫରୁ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଜନ୍ମ ଉତ୍ସବ ପାଳନ 

ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସ୍ଥିତ ଶିବାନନ୍ଦ ନଗର ଠାରେ ଆଜି ଶ୍ରୀ ବିଶ୍ବକର୍ମା ବଢ଼େଇ କୂଳ ତରଫରୁ ବିଶ୍ୱକର୍ମା ମହାପ୍ରଭୁଙ୍କ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ପୂର୍ବଖଣ୍ଡ ତାଲୁକା ସଭାପତି ରମେଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ବିଶ୍ୱକର୍ମା ମହାପ୍ରଭୁଙ୍କ ଉତ୍ସବ ସମାରୋହରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଏନଏସି ଉପାଧ୍ୟାକ୍ଷା କୃଷ୍ଣ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ସଭାପତି ଅରୁଣ କୁମାର ପଣ୍ଡା, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ମଞ୍ଚାସିନ ରହି ବଢ଼େଇ କୂଳ ସମାଜ ପରିବାରର ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମାଜ ତରଫରୁ ପୁରସ୍କୃତ କରିଥିଲେ। ଅତିଥିମାନେ ନିଜ ନିଜ ବ୍ୟକ୍ତାରେ ବିଶ୍ୱକର୍ମା ବଢ଼େଇ କର୍ମଚାରୀଙ୍କ ଓଡିଶା ଓ କେନ୍ଦ୍ର ସରକାରଙ୍କ ତରଫରୁ କୂଶଳୀ, ଅଣକୁଶଳୀ ଭତ୍ତା,ଲେବର କାର୍ଡଧାରୀଙ୍କୁ, ଝିଅ ବାହାଘର, ଶିକ୍ଷା କ୍ଷେତ୍ରରେ ଅର୍ଥ ସାହାଯ୍ୟ ଯୋଗାଇ ଦେଇ ଆସୁଛନ୍ତି ଓଡ଼ିଶା ସରକାର l ଦକ୍ଷିଣ ଓଡିଶା ବିଶ୍ୱକର୍ମା ସଭାପତି ସନ୍ତୋଷ କୁମାର ମହାରଣା, ପୂର୍ବଖଣ୍ଡ ତାଲୁକା ସଭାପତି ରମେଶ ଚନ୍ଦ୍ର ମହାରଣା ଗଂଜାମ ଜିଲ୍ଲା ବିଶ୍ବକର୍ମା ସମାଜ ସଭାପତି, ସମସ୍ତ ଜାତି ଭାଇ ତଥା ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ଥିଲେ । ପୂର୍ବଖଣ୍ଡ ୩୪ ତାଳୁକାର ସଦସ୍ୟ ଉପସଭାପତି ରଘୁନାଥ ମହାରଣା, ସମ୍ପାଦକ ପ୍ରଦୀପ ମହାରଣା,ସହସମ୍ପାଦକ ଭଗବାନ ମହାରଣା, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାରଣା, ପ୍ରମୁଖ ଉପସ୍ଥିତ ରହି ବିଶ୍ୱକର୍ମା ପୂଜାଉତ୍ସବକୁ ପରିଚାଳନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.