ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସାମାଜିକ କାର୍ଯ୍ୟକ୍ରମ ‘ସ୍ୱାସ୍ଥ୍ୟ ପରୀକ୍ଷା ଶିବିର’

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କ ନୂଆ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକ୍ରମର ଅଂଶ ଭାବେ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୁରୁଷୋତ୍ତମପୁର ସ୍ଥିତ ଟାଉନ ହଲରେ ‘ସ୍ୱାସ୍ଥ୍ୟ ପରୀକ୍ଷା ଶିବିର’ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାସୁଦେବ ମହାପାତ୍ର ସଭାପତିତ୍ବ କରିଥିଲେ। ଏହି ଶିବିରରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ୧୦ନମ୍ବର ୱାର୍ଡର କାଉନସିଲର ରିପ୍ରେଜେଣ୍ଟେଟିଭ ବିଶ୍ୱଭୂଷଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ରୂପେ ବ୍ରହ୍ମପୁର ଏମ୍. କେ. ସି. ଜି., ଇଣ୍ଡୋକ୍ରିନୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ, ତଥା ପ୍ରଫେସର ଡକ୍ଟର ପି. ରବି କୁମାର ଯୋଗଦେଇ ଶିବିରକୁ ଉଦଘାଟନ ଥିଲେ। ଡାକ୍ତର କୁମାର ନିଜର ବକ୍ତବ୍ୟ ମାଧ୍ୟମାରେ ଛାତ୍ରଛାତ୍ରୀମାନଙ୍କୁ ଡ଼ାଏବେଟିସ୍, ଥାଇରଏଡ ରୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଶିକ୍ଷାଦାନ କରିଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିରୀକ୍ଷକ ଡାକ୍ତର ମନୋଜ କୁମାର ଦାଶ, ମଦ୍ୟପାନ, ତମାଖୁ ସେବନର କୁପରିଣାମ ଓ ଏହାର ନିରାକରଣ ସମ୍ପର୍କରେ ପାୱାର ପଏଣ୍ଟ ପ୍ରୋଜେକ୍ଟ ସାହାର୍ଯ୍ଯରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସୁନ୍ଦର ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ଯୋଗ ଓ ପ୍ରାଣାୟମ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ସେ ଉପଦେଶ ଦେଇଥିଲେ। ଏଥିସହ ଆର୍.କେ. ଡ଼ାଏବେଟିସ୍ ଏଣ୍ଡ୍ ଇଣ୍ଡୋକ୍ରିନୋଲୋଜି ସେଣ୍ଟର ଟିମ୍ ଏବଂ ସି. ଏଚ୍. ସି, ଭାଟକୁମରଡା ଟିମ୍ ର କର୍ମଚାରୀମାନେ ବ୍ଳଡ଼ପ୍ରେସର, ବ୍ଳଡ଼ସୁଗାର ଡ଼ାଏବେଟିସ୍, ଥାଇରଏଡ ଆଦି ରୋଗର ପରୀକ୍ଷା ସହ ବର୍ହିଭାଗ ରୋଗ ପାଇଁ ଆନୁଷାଙ୍ଗିକ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂଆ-ଓ ‘ସାମାଜିକ କାର୍ଯ୍ୟକଳାପ ଶାଖା’ ସହଯୋଗୀ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ,  ନମ୍ରତା ମିଶ୍ର, ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା ଆଦି ସହଯୋଗ କରିଥିଲେ। ଏହି ଶିବିରରେ ପୁରୁଷୋତ୍ତମପୁର ସହରର ଅନେକ ଜନସାଧାରଣ, ବିଦ୍ୟାଳୟର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମୋଟ ୨୩୫ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମ ପରିଚାଳନାର ନୋଡାଲ ଅଧିକାରୀ ଡକ୍ଟର ସୁବ୍ରତ କୁମାର ଷଡଙ୍ଗୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ‘ସାମାଜିକ କାର୍ଯ୍ୟ କଳାପ ଶାଖା’ ଅଧିକାରୀ ବନିତା ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.