ରାୟଗଡ ବ୍ଳକସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘର ଶପଥ ଗ୍ରହଣ ଉତ୍ସବ

ରାୟଗଡ,୮/୬ : ରାୟଗଡ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଅମଲା ସଂଘ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍, ହରିପୁର ରୋଡ, କଟକ-୧-ର ରାୟଗଡ ଜିଲ୍ଳା ସଭାପତି ଅନନ୍ତଚରଣ ରଥ ଓ ଜିଲ୍ଳା ସଧାରଣ ସଂପାଦକ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ ଅତିଥି ରୂପେ ଯୋଗ ଦେଇ ନିବ ନିର୍ବାଚିତ ବ୍ଳକ କର୍ମକର୍ତାଙ୍କୁ ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ପ୍ରଦୀପ କିଶୋର ପାଳ, ଲାଲମୋହନ ପ୍ରଧାନ,ଲପ୍ରଦୀପ କୁମାର ପନ୍ତୁରୁ ତଥା ଜିଲ୍ଳାର ଅନ୍ୟ ବ୍ଳକର ଦିବଙ୍ଗତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ରାୟଗଡ ବ୍ଳକ ସଭାପତି ରୂପେ ରାଜକିଶୋର ସାହୁ,ସାଧାରଣ ସଂପାଦକ ରୂପେ ନରେଶ ସ୍ୱାଳସିଂ, ଯୁଗ୍ମ ସଂପାଦକ ରୂପେ ସୁରେଶ ପଟ୍ଟନାୟକ, ଉପସଭାନେତ୍ରୀ ରୂପେ ବି.ସୁଜାତା ପଟ୍ଟନାୟକ, ଉପସଭାପତି ରୁପେ ତ୍ରିପତି ପଣ୍ଡା, ନୀଳାଂଚଳ ମିଶ୍ର ସାଂଗଠନିକ ସଂପାଦକ ତଥା ଟି.ହରି ସତ୍ୟନାରାୟଣା, ଏନ.ବେଣୁ ଗୋପାଳ, ଆନନ୍ଦ ତାଡିଙ୍ଗି, ବାବୁଲା ଗରଡିଆ ଓ ନାରାୟଣ ପଣ୍ଡା ଆଂଚଳିକ ସାଂଗଠନିକ ସଂପାଦକ ରୂପେ ମନୋନୀତ ହୋଇଥିବାର ଶପଥ ପାଠ କରାଇଥିଲେ । ଜିଲ୍ଳା ସଂଘ ପରାମର୍ଶଦାତା ତଥା ଓକିଲ ମନୋଜ କୁମାର ଗନ୍ତାୟତ ଏବଂ ଜିଲ୍ଳା ସଂଗଠନିକ ସଂପାଦକ ଶରତ କୁମାର ମାଦଳା ସଂଘ ସୁଦୃଢ କରିବା ନିମନ୍ତେ ପରାମର୍ଶ ଦେବା ସହ ଦଳ ସାମୁହିକ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ପ୍ରର୍ବତାଇଥିଲେ । ଗ୍ରାମାଂଚଳ ଓ ପୈାରାଂଚଳରେ ଶିକ୍ଷକମାନଙ୍କ ଅନେକ ଦାବୀ ଓ ସମସ୍ୟା ଉପଯୁକ୍ତ ମାଧ୍ୟମରେ ଉପସ୍ଥାପିତ ହୋଇ ପାରୁ ନ ଥିବାରୁ ସଂଘ ଅଧିକ କ୍ରୀୟାଶୀଳ ହେବା ନିମନ୍ତେ ପ୍ରସ୍ତାବ ଆଗତ ହୋଇଥିଲା । ଶେଷରେ ସାଂଗଠିନିକ ସଂପାଦକ ନୀଳାଂଚଳ ମିଶ୍ର ଉପସ୍ଥିତ ସମସ୍ତ କର୍ମକର୍ତା ଓ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ପୂର୍ବତନ ସଭାପତି ଗୈାରାଙ୍ଗ ବେବର୍ତା, ପୂର୍ବତନ କୋଷାଧ୍ୟକ୍ଷ ପ୍ରଭାକର ମିଶ୍ର ପ୍ରମୁଖ ଯୋଗ ଦେଇ ସଂଘର ମନୋବଳ ବୃଦ୍ଧି ଦିଗରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.