ସଇଁତଲା,୧୦/୬ : ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ଗ୍ରାମ ପାୟତରରେ ଏବର୍ଷ ପ୍ରଥମ କରି ଶୀତଳ ଷଷ୍ଠୀ ଆରମ୍ଭ ହୋଇ ସମାପନ ହୋଇଯାଇଛି। ଏହି ପରିପେକ୍ଷିରେ ଅଷ୍ଠ ପ୍ରହରୀ ନାମଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିବା ଵିଵାହ ଦିନ ଗାଁ ସମସ୍ତ ନାରନାରୀ ବିବାହ କାର୍ଯ୍ୟରେ ଯୋଗଦେଇ ଥିଲେ।
ବରପିତ ଭାବେ ଶ୍ରୀଯୁକ୍ତ ଵୈଦନାଥ ବାବୁ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ କୃଷ୍ଣପ୍ରୟା ବାବୁ ଏବଂ କନ୍ୟା ପିତା ଭାବେ ଶ୍ରୀଯୁକ୍ତ ସନ୍ତୋଷ ନାୟକ ଓ ତାଙ୍କ ଧର୍ମ ପତ୍ନୀ ମାତଙ୍ଗିନୀ ନାୟକ କାର୍ଯ୍ୟ ସଂପାଦନା କରିଥିଲେ।
ନାମଯଜ୍ଞ କର୍ତା ଭାବରେ ଶ୍ରୀଯୁକ୍ତ ଦିନେଶ ନାୟକ ଶ୍ରୀମତି କଲ୍ପନା ନାୟକ, ପୂଜକ ପଣ୍ଡିତ ଟଙ୍କଧର ମିଶ୍ର, ଜପକ ଶ୍ରୀଯୁକ୍ତ ସୁବଲ ପଣ୍ଡା ପ୍ରମୂଖ ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିଛନ୍ତି ।
ଏହି ଶୀତଳ ଷଷ୍ଠୀ ଯାତ୍ରର ସଭାପତି ଡିକି କୁଅଁର, ଉପସଭାପତି ନିଲାଞ୍ଚଳ ବାଗ, ସମ୍ପାଦକ ସିଧେଶ୍ୱର ମାଝୀ, ସହସମ୍ପଦକ ଆଶୀଷ ସିଂ ବାବୁ ଓ କୋଷଧକ୍ଷ ରାଜକୁମାର ସେଲମା ସମସ୍ତେ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ପରିଚାଳନା କରିଥିଲେ।
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇