ଶୋଇଥିବା ସମୟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : କାରଣ ଅସ୍ପଷ୍ଟ

ସୋନପୁର,୧୦/୬ : ରାତିରେ ଛାତ ଉପରେ ଶୋଇଥିବା ଜଣେ ଯୁବକଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଦୂର୍ବୃତ୍ତଙ୍କ ଆକ୍ରମଣରେ ଯୁବକଙ୍କ ଗଳା କଟିଯାଇଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରେ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ,  ବୀରମହାରାଜପୁର ଥାନା ଅନ୍ତର୍ଗତ କର୍ଣ୍ଣପାଲି ଗ୍ରାମର ବାସୁଦେବ ଖଣ୍ଡଗିରି ନିଜ ପରିବାର ସହିତ ରାତ୍ରିରେ ଘର ଛାତ ଉପରେ ଶୋଇଥିଲେ । ରାତିରେ ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ଆସି ବାସୁଦେବଙ୍କୁ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିବା ଜଣାଯାଇଛି । ବାସୁଦେବ ପାଟି କରିବାରୁ ଦୁର୍ବୁତ୍ତ ସେଠାରୁ ଫେରାର ହୋଇଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ! ଛୁରା ମାଡ଼ ପରେ ବାସୁଦେବ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।ବୀରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାଯାଇଛି । କିଏ କାହିଁକି ବାସୁଦେବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ତାହା ଏବେ ପଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଜଣାଯାଇଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.