ବିଧାୟକ ପ୍ରଦୀପ ଦିସାରୀଙ୍କୁ ଲାଞ୍ଜିଗଡ଼ ବ୍ଲକ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୧୨/୬ : ନବନିର୍ବାଚିତ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିସାରୀଙ୍କୁ ବିଶ୍ଵନାଥପୁର ବିଜେଡ଼ି କାର୍ଯ୍ୟାଳୟରେ ସମସ୍ତ କର୍ମୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରୀଯାଇଛି । ଏହି ଉତ୍ସବରେ ଶହ ଶହ ସଂଖ୍ୟାରେ ମହିଳାମାନେ ମଧ୍ୟ ଉପସ୍ଥିତ ରହି ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ସଭାରେ ବିଧାୟକ ମହାଶୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଝାଇ ତା’ର ସଫଳ ରୁପାୟନ କରିବାସହ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା ଓ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପରେ ପରେ ବିଧାୟକ ବିଶ୍ଵନାଥପୁର ଠାରେ ଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହେନ୍ଦ୍ର ହନାଙ୍ଗା ଓ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ ହୋଇ ଆଗାମୀ ଦିନରେ ବ୍ଲକର ସମସ୍ତ ସମସ୍ୟାକୁ ମିଳିମିଶି ସମାଧାନ କରିବା ପାଇଁ ଆଲୋଚନା କରିଥିଲେ ।

ଲାଞ୍ଜିଗଡ ବ୍ଲକ୍ ଅଧ୍ୟକ୍ଷ ଇ° ଫକିର ମୋହନ ମାଝିଙ୍କ ସହ ଗୋବିନ୍ଦ ପ୍ରଧାନୀ, ପ୍ରଦୀପ ଘଡ଼େଇ, ଜଗଦୀଶ ବେନିଆଁ,  ଶ୍ରୀଧର ପେସେନିଆଁ , ଟଙ୍କଧର ମାଝୀ, ମନୋହର ହରପାଲ୍ ଓ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.