ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ‘ଆଡଭାନ୍ସ୍ ଡାଟା ଆନାଲିସିସ୍ ବାୟ୍ ୟୁଜିଙ୍ଗ୍ ଏସ୍ ପି ଏସ୍ ଏସ୍’ ଶୀର୍ଷକ ତ୍ରିଦିବସୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ଵବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ‘ଆଡଭାନ୍ସ୍ ଡାଟା ଆନାଲିସିସ୍ ବାୟ୍ ୟୁଜିଙ୍ଗ୍ ଏସ୍ ପି ଏସ୍ ଏସ୍’ ଶୀର୍ଷକ ତ୍ରିଦିବସୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍ ଉଦଘାଟିତ ହୋଇଯାଇଛି। ଏଥିରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ତ୍ରିଦିବସୀୟ କର୍ମଶାଳାର ବିଷୟକ୍ରମ ଅତି ଉଚ୍ଚକୋଟୀର ଓ ସମୟପୋଯୋଗୀ ହୋଇଛି, ବିଶେଷତଃ ଅଭିଜ୍ଞ ଓ ପ୍ରବୀଣ ବିଷୟ-ବିଶେଷଜ୍ଞ ଏଥିରେ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ହେତୁ ଅଂଶଗ୍ରହଣକାରୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ବ୍ୟାବହାରିକ ତଥା ପ୍ରାୟୋଗିକ-ପ୍ରଶିକ୍ଷଣ ଉପରେ ମାନବ ସମ୍ବଳ ବିକାଶ କେନ୍ଦ୍ରର ସମସ୍ତ କର୍ମଶାଳା ପର୍ଯ୍ୟବେସିତ ହେଉଥିବା ହେତୁ ଗବେଷକ ଓ ଶିକ୍ଷକ ମାନଙ୍କ ନିମିତ୍ତ ଏହା ଗୁଣାତ୍ମକ ଓ ମୂଲ୍ୟବୋଧ ଭିତ୍ତିକ ହୋଇପାରିଛି ବୋଲି କୁଳପତି ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରବିଶଙ୍କର ବିଶ୍ଵବିଦ୍ୟାଳୟର ଅଧ୍ଯାପକ ଡକ୍ଟର ରାଜୀବ କୁମାର ଚୌଧୁରୀ ଏଥିରେ ବିଷୟ ବିଶାରଦ ତଥା ଭିତ୍ତିପ୍ରବକ୍ତା ଭାବରେ ଯୋଗଦେଇ ବର୍ତ୍ତମାନ ଏହି ଏସ୍ ପି ଏସ୍ ଏସ୍ ସଫ୍ଟୱେର୍ ରେ ଆସିଥିବା ଅନେକ ନୂତନ ଫିଚର୍ ଗୁଡ଼ିକ ଗୁଣାତ୍ମକ ଗବେଷଣା କ୍ଷେତ୍ରରେ କିପରି ସହାୟକ ହୋଇପାରୁଛି ତା’ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ସାମାଜିକ – ବିଜ୍ଞାନ କ୍ଷେତ୍ରରେ ପରିସଂଖ୍ୟାନ ମୂଳକ ତଥ୍ଯ ବିଶ୍ଳେଷଣ କ୍ଷେତ୍ରରେ ଏହି ଏସ୍ ପି ଏସ୍ ଏସ୍ ସଫ୍ଟୱେର୍ ଟି ବିଶେଷ ସହାୟକ ହୋଇଥିବା ହେତୁ ଗବେଷକ ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚନା ଦେଇଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପ ନିର୍ଦ୍ଦେଶକ ଡ. ଦେବଦତ୍ତ ଦାସ ପ୍ରକୃତରେ ଏହି ଏସ୍ ପି ଏସ୍ ଏସ୍ ହେଉଛି ସାମାଜିକ-ବିଜ୍ଞାନ କ୍ଷେତ୍ରରେ ପରିସଂଖ୍ୟାନଗତ ତଥ୍ୟ ବିଶ୍ଳେଷଣ ପାଇଁ ବ୍ୟବହୃତ ଏକ ସଫ୍ଟୱେର୍ ପ୍ୟାକେଜ୍, ଯାହାକି ‘ଆଇବିଏମ୍ ଏସ୍ ପି ଏସ୍ ଏସ୍ ପରିସଂଖ୍ୟାନ’ ଭାବରେ ମଧ୍ୟ ଜଣାଶୁଣା, ସମାଜ ବିଜ୍ଞାନ ବ୍ୟତୀତ ବର୍ତ୍ତମାନ ଏହାର ବ୍ୟବହାର ଅନ୍ୟ ବିଦ୍ୟା କ୍ଷେତ୍ରରେ ମଧ୍ଯ ବିସ୍ତାରିତ ହୋଇପାରିଛି! ତେଣୁ ସବୁ ବିଷୟର ଗବେଷକଙ୍କ ପାଇଁ ଏହା ଏକ ଉପାଦେୟ ବିଷୟ ବୋଲି ପ୍ରକାଶ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ୪୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ, ଗବେଷକ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରିଛିନ୍ତି। ଆସନ୍ତା ୨୪ ତାରିଖରେ ଏହି ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ତଥା ଅଧ୍ୟାପିକା ଡ. ରାଜଶ୍ରୀ ଦତ୍ତ ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଡ. ସଚିତା ନନ୍ଦ ଶା ଆନୁଷ୍ଠାନିକ ଭାବରେ କୃତଜ୍ଞତା ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.