ବାପୁଜୀ କ୍ଳଷ୍ଟରର ୭ମ ମାସିକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବାପୁଜୀ କ୍ଳଷ୍ଟରର କ୍ଳଷ୍ଟର ସ୍ତରୀୟ ୭ମ ମାସିକ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୂରଦର୍ଶନ କଲୋନୀଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମର ଆବାହକ ସି ଆର୍ ସି ସି    ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଓ ପରିଚାଳନାରେ ତ୍ବରାନ୍ବିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସହ ଜଡିତ ଏହି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ, ଏଫ୍ ଏଲ୍ ଏନ୍ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ଆଦି ବହୁତ ସଂଖ୍ୟାରେ ଯୋଗଦାନ କରିଥିଲେ । ସି ଆର୍ ସି ସି ଶ୍ରୀମତୀ ପ୍ରଧାନ ମୌଳିକ ସାକ୍ଷରତାରେ ଲିଖନର ଅର୍ଥ, ଦକ୍ଷତାର ଵିକାଶର ପାଞ୍ଚଟି ସୋପାନ ଓ ସଂଖ୍ୟା ଜ୍ଞାନ ହାସଲ ଦିଗରେ ତଥ୍ୟ ସଂରଚନା ଓ ପରିଚାଳନା ଧାରଣାର ବ୍ୟବହାର ଗୃହ ବା ଅନ୍ୟ ସ୍ଥାନ ମଧ୍ୟରେ କିଭଳି ଶିକ୍ଷଣ ଫଳାଫଳକୁ ଫଳବତୀ କରିପାରିବେ, ତାକୁ ଆଖିରେ ରଖି ଲିଖନ ଭାଷାର ଓ ସି ଆର୍ ଏ ପଦ୍ଧତି ରେ ଗଣିତ ର ଏକ ଆଦର୍ଶ ନମୁନା ଶିକ୍ଷଣ କାର୍ଯ୍ୟ ୭୦ ମିନିଟର ଧାରଣା, ମୁଖ୍ୟ କୌଶଳ, ଶିକ୍ଷା ଦାନର ପଦ୍ଧତି, ଗୁରୁତ୍ୱପୂର୍ଣ ଦିଗ ଓ ଗଣିତ କଳିକା ଆନ୍ଦୋଳନ କିଟ୍ ଓ ଏସ୍ ସି ଇ ଆର୍ ଟି କିଟ୍ କୁ ବ୍ୟବହାର କରି ଟାଇଲ ମାଧ୍ୟମରେ ବିଭିନ୍ନ ଆଲୋଚନା ପରେ ଆଲୋଚନା କରି କିପରି ଓ ସୁବିଧା ରେ ହେବ ପିଲାଙ୍କୁ ନେଇ କରିଥିଲେ ଓ ସଂକ୍ଷେପଣ କରିଥିଲେ । ତତ୍ପରେ ସମସ୍ତ ଙ୍କୁ ନେଇ ନିରୁପିତ ବିଦ୍ୟାଳୟର ଶୌଚାଳୟ, ଲାଇବ୍ରେରୀ, ଆଲୋକ, ପବନ ଚଳାଚଳ, ନଥିପତ୍ର ର ପରିଦର୍ଶନ ଓ ମନିଂଟରୀ କରାଯାଇଥିଲା । ଏହା ପରେ ଏସ୍ ଇ ଏ ଏସ୍ ର ୩ୟ, ୬ଷ୍ଠ, ୯ମ ଶ୍ରେଣୀର ନମୁନା ପ୍ରଶ୍ନ ଦେଖାଇ ବୋଧ,ପ୍ରୟୋଗ ଓ ଦକ୍ଷତା ଭିତ୍ତିକ ବିଭିନ୍ନ ପ୍ରଶ୍ନର ଆଲୋଚନା କରାଯାଇଥିଲା । ପରେ ହ୍ୟାଣ୍ଡ ସେଟ୍ ର ସହଯୋଗ ରେ ସମସ୍ତ ଆବଶ୍ୟକତା ଓ ପ୍ରଦତ୍ତ ବିଷୟକୁ ବୁଝାଇ ଥିଲେ । ଶେଷରେ ଆଗାମୀ ମାସ ଗୁଡିକ ରେ କଣ ମିଶନ ରଖିବେ ପ୍ରତିଶ୍ରୁତି ରଖି ତାହାକୁ ପାଠ କରାଇବା ସହିତ ଵିଦ୍ୟାଳୟ ର ସୁରକ୍ଷା, ପୋଷଣ ସମ୍ବନ୍ଧୀୟ ଆଲୋଚନା,”ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ “ଓ “ପଢ଼ିବା କୁ ଶିଖିବା ଓ ଶିଖିବା କୁ ଶିଖିବା” “ଶିକ୍ଷଣ ସାମଗ୍ରୀ ମେଳା”ର ଆଲୋଚନା ପରେ କାର୍ଯ୍ୟକ୍ରମକୁ ଗ୍ରହଣୀୟ ଓ ସରକାରାତ୍ମକ ପଦକ୍ଷେପ ମାନସିକ ଭାବରେ ପ୍ରସ୍ତୁତି , ସଚେତନତା ସୃଷ୍ଟି କରିବା ର ଉପାୟ,ଟି ଏଲ୍ ଏମ୍ ପ୍ରଦର୍ଶନ କରି ଶିକ୍ଷଣ ଫଳାଫଳ ଗୁଡିକ ହାସଲକରିବା ସହିତ କ୍ଳଷ୍ଟରର ସମସ୍ତ ଦିଗକୁ ସୁନ୍ଦର, ସମୃଦ୍ଧ କରିବା ର ପଣ ରଖିବା ଆଦି କରାଯିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.