ଧର୍ମପରାୟଣା ମହିଳାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଗ୍ରାମର ଧର୍ମପରାୟଣା ତଥା ପରୋପକାରୀ ମହିଳା କେତକୀ ସାହୁଙ୍କ ପରଲୋକ ହୋଇଯାଇଛି | ତାଙ୍କର ମୃତ୍ୟୁ ବେଳକୁ ୭୫ ବୟସ ହେଉଥିଲା l ଗତ ଶନିବାର ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା | ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା |ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା | ତାଙ୍କ ମୃତ ଶରୀର ଡେଙ୍ଗ ସ୍ଥିତ ନିଜ ବାସଭବନକୁ ପହଂଚିବା ପରେ ତାଙ୍କ ବଡ଼ ପୁଅ ରାଜକିଶୋର, ନନ୍ଦିକିଶୋର, ଅକ୍ଷୟଙ୍କ ସମେତ ତାଙ୍କ ସ୍ୱାମୀ ରୋହିତ ସାହୁ ଓ ୨ ଝିଅ, ଜ୍ୱାଇଁ, ନାତି, ନାତୁଣୀ ଏବଂ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ | ତାଙ୍କର ଶେଷକୃତ୍ୟ ସ୍ଥାନୀୟ ଲାନ୍ଥନଦୀ କୂଳରେ କରାଯାଇଥିବା ବେଳେ ବଡ଼ ପୁତ୍ର ରାଜକିଶୋର ମୁଖାଗ୍ନି ଦେଇଥିଲେ | ସେ ଜଣେ ଧର୍ମପରାୟଣା ତଥା ପରୋପକାରୀ ମହିଳା ହୋଇ ଥିବାରୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ବ୍ଲକ ଅଧକ୍ଷା ମୋନିକା ସିଂଭୋଇ, ଡେଙ୍ଗ ସମିତି ସଭ୍ୟ ସିମରନ ସିଂଭୋଇ, ବ୍ଲକ ଉପାଧ୍ୟାକ୍ଷ ଗୁଣସାଗର ମାଝୀ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.