ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋମବାର ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିବା ସହ ପ୍ରଥମେ ରାଜ୍ୟପାଳ ଶ୍ରୀ ଦାସ ୯.୪୫ ରେ ହରଡ଼ଖୋଲ ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଭେଟିବେ ପରେ ସେଠାରୁ ରୁଗୁଡ଼ିପାଲି ଅଙ୍ଗନବାଡ଼ି କେନ୍ଦ୍ର(ବି) ରେ ଅଭିଭାବକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରିବେ। ସେଠାରୁ ବାଙ୍କତେନ୍ତୁଳି ଗ୍ରାମର କୃଷକ ଏବଂ ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିବେ ପରେ କର୍ତ୍ତଙ୍ଗ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ଓ କର୍ତ୍ତଙ୍ଗ ହାଇସ୍କୁଲର କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ଭାବ ବିନିମୟ କରି ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।