ସର୍ବଭାରତୀୟ ଲାଲମନି ଟ୍ରଫି; ପଶ୍ଚିମବଙ୍ଗକୁ ହରାଇ ସମ୍ବଲପୁର ଚାମ୍ପିଅନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଏସ୍ଓସି ବ୍ଲାଷ୍ଟର ପଶ୍ଚିମବଙ୍ଗକୁ ହରାଇ ଏମ୍ଏମ୍‌ସିସି ସମ୍ବଲପୁର ଚାମ୍ପିଅନ୍ ହୋଇଛି। ଫାଇନାଲ୍ ମ୍ୟାଚ୍ ଟି ୨୦ ଓ ଟି ୧୦ ଫର୍ମାଟରେ ଖେଳାଯାଇବା ବେଳେ ଗୌତମ ତମାର ୫୩, ସଂଜୀବ ସିଂ ୨୭, ଅଭିନନ୍ଦନ ସିଂ ଅପରାଜିତ ୨୫ରନ୍‌ କରିଥିଲେ। ଟି-୨୦ ମ୍ୟାଚରେ ପଶ୍ଚିମବଙ୍ଗ ପ୍ରଥମେ ୧୧୮ରନରେ ଅଲଆଉଟ୍ ହୋଇଥିଲା। ଶୁଭମ୍ ସିଂ ୫୦ ରନ କରିଥିଲେ। ସମ୍ବଲପୁରର ପପୁ ରୟ ସର୍ବାଧ‌ିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ସମ୍ବଲପୁର ୧୫.୪ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା। ଏହାପରେ ଟି-୧୦ ମ୍ୟାଚରେ ପଶ୍ଚିମବଙ୍ଗ ମାତ୍ର ୪୯ରନ୍ କରି ଅଲଆଉଟ ହୋଇଥିଲା। ସମ୍ବଲପୁର ପକ୍ଷରୁ ପ୍ରୟାସ ରଏ ୩ଟି, ପପୁ ରଏ ୨ଟି ୱିକେଟ ନେଇଥିଲା ବେଳେ ଜବାବରେ ସମ୍ବଲପୁର ଗୌରଭ ତମାରଙ୍କ ୩୧ ରନ ସହାୟତାରେ ୩ଟି ୱିକେଟ ହରାଇ ବିଜୟ ହାସଲ କରିଥିଲା। ଗୌରଭ ମ୍ୟାନ୍ ଅଫ୍ ଦି ମ୍ୟାଚ ଏବଂ ଅଭିନନ୍ଦନ ସିଂ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ। ଉଦ‌ଯାପନୀ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି, ଓସିଏ ସମ୍ପାଦକ ସଂଜୟ ବେହେରା ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି, ବିଶିଷ୍ଟ କ୍ରୀଡାବିତ ମେହେତାବ୍ ଖାଁ, ବୌଦ୍ଧ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଯୁଗଳ କିଶୋର ସାମଲ ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ୮୦ହଜାର ଟଙ୍କାର ଚେକ୍ ସହ ଟ୍ରଫି ଏବଂ ଉପବିଜେତା ଦଳକୁ ୪୪ହଜାର ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରିଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ପୃଥ୍ବୀରାଜ ମିଶ୍ର, ସତ୍ୟପ୍ରକାଶ ରଥ ଖେଳ ପରିଚାଳନା କରିଥିଲେ। କ୍ଷେତ୍ରବାସୀ ସାହୁ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ଦୀନେଶ ଘିବେଲା ଓ ବିଶ୍ଵନାଥ ନାୟକ ଅନଲାଇନ ସ୍କୋରିଂ କରିଥିଲେ। ସନ୍ତୋଷ ନାୟାର, ବିଏସ. ରାଓ, ଅଚ୍ୟୁତ ମିଶ୍ର ଓ ପାର୍ଥସାରଥୀ ଦାଶ ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରଦୀପକୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା କ୍ରିକେଟ ସଂଘର ସତ୍ୟନାରାୟଣ ମହାଲିକ, ବି.ସତ୍ୟନରାୟଣ ରାଓ, ନରସିଂହ ତରିଆ, ଶ୍ୟାମସୁନ୍ଦର ପାତ୍ର, ରାଜେନ୍ଦ୍ର ମିଶ୍ର, ତାରିଣୀ ମେହେର, ରଞ୍ଜୟ ରାଏ, ନବ ପ୍ରକାଶ ମିଶ୍ର, ଟୁନା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.