ସରକାରୀ ବୃତ୍ତିରେ ଛାତ୍ର ସାଇଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ବୃତ୍ତି ର ଫଳାଫଳ ପ୍ରକାଶ ପାଇ ସାରିଥିବା ବେଳେ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସାଇ ଆଶିଷ ପାତ୍ର ନର୍ଲା ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ତୃତୀୟ ଶ୍ରେଣୀରେ ଏହି ବୃତ୍ତି ପାଇଥିବା ଜଣାପଡିଛି। ସାଇ ଏହାର ଏହାର ଶ୍ରେୟ ବାପା ମାଆ ଓ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି। ବାପା ହିମାଂଶୁ ପାତ୍ର ଓ ମାତା ଶିଲା ପ୍ରହରାଜ ପୁଅର କୃତିତ୍ୱରେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ପୁଅ ସାଇ ର ସଫଳତା ପଛରେ ମା ଶିଲାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କଥା ପ୍ରକାଶ କରିଛନ୍ତି ସାଇ ର ବାପା ହିମାଂଶୁ ପାତ୍ର। ସରକାରୀ ବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ନର୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରି ବୃତ୍ତି ପାଇବାରେ ସଫଳ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.